Site icon Awaj Media

ଗଜପତି ର ପୁରପଲ୍ଲୀରେ ହରଗୌରୀ ପୂଜା ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ପୁର ପଲ୍ଲୀରେ ହର ଗୌରୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ପୂଜା ଏକ କୃଷି ଭିତ୍ତିକ ପୂଜା ଅଟେ , କୁମାର ପୂର୍ଣ୍ଣିମା ଦିନରେ ପ୍ରତ୍ୟେକ ପୁରପଲ୍ଲୀରେ ହର ଗୌରୀଙ୍କ ମୂର୍ତ୍ତି ଧରି ଗ୍ରାମ ପରିକ୍ରମା ସହିତ ବାଦ୍ୟ ବାଜଣା ଧୂପ ଦୀପ ରେ ମାଆଙ୍କ ସ୍ତୁତି ଖଣ୍ଡା ଧରି ଡାକି ଥାନ୍ତି । ଏହି ପୂଜା କରିବା ଦ୍ୱାରା ଗ୍ରାମର ମଙ୍ଗଳ ଓ ଧାନ ଫସଲ ରୋଗ ମୁକ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି । ପୂଜା ଅବସରରେ ଗ୍ରାମରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ସହ ଗ୍ରାମବାସୀ ବିଭିନ୍ନ ବେଶ ଭୂଷା ସାଜି ନାଚ କରିଥାନ୍ତି । ଏହା ଉପାନ୍ତ ଅଞ୍ଚଳ ହୋଇଥିଲେ ମଧ୍ୟ ପଡୋଶୀ ଆନ୍ଧ୍ରପ୍ରଦେଶ ରେ ଏହି ପୂଜା ଧୁମ ଧାମରେ ଅନୁଷ୍ଠିତ ହୋଇଥାଏ ।

Exit mobile version