Site icon Awaj Media

ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ପ୍ରତିବାଦ ଶୋଭାଯାତ୍ରା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ପାରଳାଖେମୁଣ୍ଡି ନଗରରେ ଜନ ଜାଗରଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ରେ ଗୋ ହତ୍ୟା ଓ ଗୋ ଚାଲାଣ ରୋକିବା, ଧର୍ମାନ୍ତରୀକରଣ ବନ୍ଦ କରିବା, ବେଆଇନ ଅନୁପ୍ରବେଶକାରୀ ଙ୍କୁ ଚିହ୍ନଟ କରିବା, ଲଭ ଜିହାଦ ଓ ଭୂମି ଜିହାଦ ବନ୍ଦ କରିବା ଏବଂ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣ, ହତ୍ୟା ଓ ଅତ୍ୟାଚାର ରୋକିବା ଆଦି ପ୍ରସଙ୍ଗକୁ ନେଇ ଜିଲାପାଳ ଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରୁ ବାହାରି ଥିବା ବିରାଟ ବାଇକ ପଟୁଆର ଓ ଶୋଭାଯାତ୍ରା ରେ ଜିଲ୍ଲାର ଶହ ଶହ କାର୍ଯ୍ୟକର୍ତ୍ତା, ସାଧୁ ସନ୍ଥ ଓ ପୁରୁଷ ମହିଳା ଯୋଗ ଦେଇ ଗୈରିକ ଧ୍ୱଜ ଧରି ପ୍ରତିବାଦ ଧ୍ୱନି ଦେଇ ନଗର ପରିକ୍ରମା କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମ ରେ ବରିଷ୍ଠ କାର୍ଯ୍ୟକର୍ତ୍ତା ପୂର୍ଣଚନ୍ଦ୍ର ମହାପାତ୍ର, ପ୍ରାନ୍ତୀୟ କାର୍ଯ୍ୟକର୍ତ୍ତା ଆନନ୍ଦ ଜୀ ପାଣ୍ଡେ, ଅରୁଣ କୁମାର ପଣ୍ଡା, ତରଣୀ ସେନ ଦାସ, ଅମ୍ବିକା ପ୍ରସାଦ ଦାଶ, ଗୌତମ ମହାରଣା, ରମାକାନ୍ତ ରଥ, ନରେନ୍ଦ୍ର ଜାନୀ , ମୁନିନ୍ଦ୍ର କୁମାର ଶବର, କୌଳାଶ ଚନ୍ଦ୍ର ଗୌଡ଼, ଶ୍ରୀମତୀ ଆଶାଲତା ପାଣିଗ୍ରାହୀ, ଶ୍ୟାମ ସୁନ୍ଦର ଶବର, ଲୋକନାଥ ମିଶ୍ର, ତ୍ରିନାଥ ଶବର, କୌଳାଶ ଚନ୍ଦ୍ର ପଟ୍ଟନାୟକ, ମନୋଜ କୁମାର ଦାଶ, ନାରାୟଣ ରଇତ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ପୂଜ୍ୟ ଶ୍ରୀ ରାମାନନ୍ଦ ଦାସ ଜୀ, ପୂଜ୍ୟ ଶ୍ରୀ ନିଗମାନନ୍ଦ ଜୀ, ଗୌରଙ୍ଗ ପାଣିଗ୍ରାହୀ, ସ୍ଥାନୀୟ ବିଧାୟକ କେ.ନାରାୟଣ ରାଓ, ଅନାଦି ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ହୋଇଥିଲେ ।

Exit mobile version