Site icon Awaj Media

ମର୍ଣ୍ଣିଂୱାକ ସମୟରେ ଦଳିଦେଲା ଜଙ୍ଗଲୀ ହାତୀ !!!

Spread the love

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ୪୯ନମ୍ବର ଜାତୀୟ ରାଜପଥ ଉପରେ ଘଟିଲା ଅଘଟଣ . ମର୍ଣ୍ଣିଂୱାକ ସମୟରେ ବୃଦ୍ଧଙ୍କୁ ଦଳିଦେଲା ଜଙ୍ଗଲୀ ହାତୀ . ଘଟଣାସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ହରିହରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତଥା ତାଳଚେର ବନାଞ୍ଚଳ ଅଧିନସ୍ଥ ଏକଘରିଆ ଠାରେ ଯୋଗେଶ୍ୱର ଦେବତା (୭୦ବର୍ଷ ବୟସ) ସକାଳୁ ସକାଳୁ ମର୍ଣ୍ଣିଂୱାକ କରିବା ସମୟରେ ଜଙ୍ଗଲୀ ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି . ବୟସ ୭୦ , ହେଲେ ଶରୀରକୁ ବହୁତ ଫିଟ ରଖିଥିଲେ ଯୋଗେଶ୍ୱର । ନିୟମିତ ବ୍ୟାୟାମ ସହିତ ମର୍ଣ୍ଣି ୱାକ ମଧ୍ୟ କରନ୍ତି . ହେଲେ ଆଜି ସକାଳ ୫ଘଣ୍ଟିକା ସମୟରେ ୪୯ନମ୍ବର ଜାତୀୟ ରାଜପଥ ଉପରେ ମର୍ଣ୍ଣିଂୱାକ କରୁଥିବା ସମୟରେ ଜଙ୍ଗଲୀ ହାତୀ ଆକ୍ରମଣରେ ଯୋଗେଶ୍ୱରଙ୍କ ପ୍ରାଣ ଚାଲିଯାଇଛି ।

Exit mobile version