Site icon Awaj Media

ସହିଦ କୃତିବାସ ଭବନ ଠାରେ ଟୀକାକରଣ କରାଉଥିବା କର୍ମଚାରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ।।

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦେଶରେ କୋଭିଡ଼୧୯ ର ଶହେ କୋଟି ଡୋଜ୍ ଟିକାକରଣ ମାଇଲଖୁଣ୍ଟ ପାର ହେବା ପରେ ବାଣପୁର ଏନଏସି ଓ ମେଡ଼ିକାଲ ର ସମସ୍ତ କର୍ମଚାରୀ ବାଣପୁର ସହିଦ କୃତିବାସ ଭବନ ଠାରେ ଖୁସି ମନାଇଥିଲେ । କୋଭିଡ୍ ମୁକାବିଲାରେ ଭାରତକୁ ବହୁତ ବଡ଼ ସଫଳତା ମିଳି ପାରିଛି । ନଅ ମାସରେ ଶହେ କୋଟି ଟୀକାକରଣ ପାର କଲା ଭାରତ । ସହର ଠୁ ଆରମ୍ଭ କରି ଛୋଟ ବଡ଼ ଗାଁ ରେ ଆଜି ସଫଳତାର ସହ ଟୀକାକରଣ କରି ଭାରତ ସାରା ବିଶ୍ୱରେ ଏକ ସ୍ତମ୍ଭ ସ୍ଥାପନ କରି ପାରିଛି । କରୋନା ମୁକାବିଲା କ୍ଷେତ୍ରରେ ଟିକାକରଣକୁ ସମଗ୍ର ବିଶ୍ୱ ଗୁରୁତ୍ୱ ଦେଉଥିବା ବେଳେ ଆମ ଦେଶରେ ଯୁଦ୍ଧକାଳୀନ ଭିତ୍ତିରେ ଟୀକାକରଣ କରାଯାଉଛି ।

Exit mobile version