Site icon Awaj Media

ସି.ଆର.ପି.ଏଫ. ଯବାନ ରଶ୍ମିରଞ୍ଜନ ଲେଙ୍କାଙ୍କୁ ସଦର ମାଟିରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ସି.ଆର.ପି.ଏଫ. ଯବାନ ରଶ୍ମିରଞ୍ଜନ ଲେଙ୍କାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ କଟକ କନ୍ଦରପୁର ତଥା ସଦର ବାସିନ୍ଦା । କନ୍ଦରପୁର ଅଞ୍ଚଳ ପାଇଁ ଏକ ଶୋକାକୁଳ ପରିବେଶ ଥିଲା । ରଶ୍ମିରଞ୍ଜନ ଅମର ରହେ ରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା । ଯବାନ ରଶ୍ମିରଞ୍ଜନଙ୍କର ଏହି ଶେଷ ଯାତ୍ରାରେ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟକ ଲୋକ ସାମିଲ ହେବା ସହିତ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା, କଟକ ଜିଲ୍ଲା କଂଗ୍ରେସର ଉପ ସଭାପତି ମାନସ ରଞ୍ଜନ ପ୍ରଧାନ, ଉତ୍କଳ ବିକାଶ ପରିଷଦ ର ସଭାପତି ଇଂ. ପ୍ରକାଶ ସେଠୀ, ନାରୀନେତ୍ରୀ ନଳିନୀପ୍ରଭା ଉଦଗାତ, ଯୁବନେତା ପ୍ରତାପ ମଲ୍ଲିକ, ରଜନୀକାନ୍ତ ସାହୁ, କଟକ ସଦର ବିକାଶ ମଞ୍ଚର ସଭାପତି ସୁବୋଧ ବେହେରା, କନ୍ଦରପୁର ସରପଞ୍ଚ ପ୍ରଫୁଲ ଭୋଇ, ଉଗ୍ରସେନ ଭୂୟାଁ, ପ୍ରତାପ ରାଉତ, ନିରଞ୍ଜନ ବେହେରା, ନରେଶ ସାହୁ, ଯୁବ ସମାଜସେବୀ ପ୍ରଦୀପ୍ତ ମାହାଲି, କାଳନ୍ଦୀ ସ୍ୱାଇଁ , ପୂର୍ବତନ ସରପଞ୍ଚ ପ୍ରମୋଦ ରାଉତଙ୍କ ସମେତ ଶତାଧିକ ଅଞ୍ଚଳବାସୀ ଏହି ଶେଷ ଯାତ୍ରାରେ ଯୋଗ ଦେଇଥିଲେ ।

Exit mobile version