Site icon Awaj Media

ବଜରଙ୍ଗ ଦଳ ତରଫରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ବାଂଲାଦେଶ ର ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରକୁ ବିରୋଧ କରି ବଜରଙ୍ଗ ଦଳ ତରଫରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ . ବର୍ତ୍ତମାନ ହିନ୍ଦୁ ମାନେ ବିଭିନ୍ନ ରାଷ୍ଟ୍ର ମାନଙ୍କରେ ଅବହେଳିତ ହୋଇ ଆସୁଥିବାର ଖବର ଦେଖିବାକୁ ମିଳୁଛି । ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ ଭଳି ମୁସଲମାନ ପ୍ରଧାନ ଦେଶ ମାନଙ୍କରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳୁଛି । ନିକଟ ଅତୀତରେ ବାଂଲାଦେଶ ରେ ଅଳ୍ପ ସଂଖ୍ୟକ ହିନ୍ଦୁଙ୍କ ଉପରେ ହୋଇଥିବା ଅତ୍ୟାଚାର ସବୁ ସୀମା ପାର କରିଦେଇଛି । ବାଂଲାଦେଶ ରେ ବଳପୂର୍ବକ ଭାବେ ମା ଦୁର୍ଗାଙ୍କର ମନ୍ଦିର ଭିତରେ ପଶି ମା’ ଙ୍କର ମୂର୍ତ୍ତିକୁ ଭାଙ୍ଗିବା, ହିନ୍ଦୁ ନାବାଳିକା ମାନଙ୍କୁ ଦୁଷ୍କର୍ମ କରି ହତ୍ୟା କରିବା ଭଳି ଘଟଣା ହିନ୍ଦୁମାନଙ୍କ ମନରେ ଗଭୀର କୁଠାରଘାତ କରିଅଛି । ଏହିସବୁ ଘଟଣା ରେ ମହାମହିମ ରାଷ୍ଟ୍ରପତି ଦୃଷ୍ଟି ଦେବା ସହ ବିଭିନ୍ନ ଚାପ ବଳରେ ହିନ୍ଦୁମାନଙ୍କୁ ରକ୍ଷାକରିବା ପାଇଁ ଆଜି ଢେଙ୍କାନାଳ ବଜରଙ୍ଗ ଦଳ ତରଫରୁ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଜିର ଏହି ଦାବିପତ୍ର ପ୍ରଦାନ ସମୟରେ ଦଳର ଉମେଶ ଚନ୍ଦ୍ର ସାହୁ, ନିରାକାର ମଲିକ, ଜିତେନ୍ଦ୍ର ବେହେରା ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Exit mobile version