Site icon Awaj Media

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ଉତ୍ସବ ମାଧ୍ୟମରେ ମହାବିଦ୍ୟାଳୟର ଶୈକ୍ଷିକ ପରମ୍ପରା ସହ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ତଥା ବୃତ୍ତି ସମ୍ପର୍କରେ ଅବଗତ କରାଯାଇଥିଲା । ଏଥିପାଇଁ ଉଦ୍ଦିଷ୍ଟ ପ୍ରବେଶ ଉତ୍ସବରେ ପ୍ରଥମେ ଯୁକ୍ତ ତିନି ଛାତ୍ର ଛାତ୍ରୀ ମାନେ ଚନ୍ଦନ ପୁଷ୍ପ ଅର୍ପଣ କରି ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ବିନତି ମଞ୍ଜରୀ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ, ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲ, ପ୍ରାଧ୍ୟାପକ ଅକ୍ଷୟ କୁମାର ମହାପାତ୍ର, ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ବିଦ୍ୟାଧର ଯୁଝାରସିଂହ, ପତିତପାବନ ପଣ୍ଡା, ବିଜୟ କୁମାର ରାଉତ ପ୍ରମୁଖ ଯୋଗଦେଇ ମହାବିଦ୍ୟାଳୟର ଇତିହାସ, ବିକାଶ, ବୃତ୍ତିଗତ ସୁବିଧା, କ୍ରୀଡା ପ୍ରତିଯୋଗିତା, ବୌଦ୍ଧିକ କାର୍ଯ୍ୟକ୍ରମ, ପରୀକ୍ଷା ବ୍ୟବସ୍ଥା, ସର୍ଜନାତ୍ମକ କାର୍ଯ୍ୟକ୍ରମ , ସହ-ପାଠ୍ୟକ୍ରମ , କୋଭିଡ କଟକଣା, ଦୈନନ୍ଦିନ ନିୟମାବଳୀ ଆଦି ଅନେକ ସୁବିଧା ସୁଯୋଗ ସମ୍ପର୍କରେ ଅବଗତ କରାଇଥିଲେ । ଛାତ୍ରୀ ମନସ୍ମିନି ପଣ୍ଡା ଓ ସସ୍ମିତା ଦାଶ ସେମାନଙ୍କର ପ୍ରଥମ ଦିନର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମକୁ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସଂଯୋଜନା କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ ।

Exit mobile version