Site icon Awaj Media

ଆନନ୍ଦ ଉଲ୍ଲାସରେ ଉଦଯାପିତ ହେଲା କୁମାର ପୂର୍ଣ୍ଣିମା ବ୍ରତ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ପାର୍ବଣର ଋତୁରେ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଠୁ ସହର । ଆନନ୍ଦ ଉଲ୍ଲାସରେ ଉଦଯାପିତ ହେଲା କୁମାର ପୂର୍ଣ୍ଣିମା ବ୍ରତ । ନୟାଗଡ ଜିଲ୍ଲା ଭାପୁର ବ୍କକ ବାଇଗୁଣିଆ ଗ୍ରାମରେ ପୁରାତନ ଯୁଗରୁ ପ୍ରଥା ଅଛି ଯେ ଯଦି କୁମାରୀ ମାନେ କୁମାର ପୂର୍ଣ୍ଣିମାରେ ମା ଚଉରା ବୃନ୍ଦାବତୀଙ୍କ ପାଖରେ ଉପବାସ କରି ବ୍ରତ ରଖନ୍ତି ତେବେ କୁମାରୀଙ୍କୁ କାର୍ତ୍ତିକ ଦେବଙ୍କ ପରି ସୁନ୍ଦର ବର ମିଳିଥାଏ । ଏଥିପାଇଁ କୁମାରୀ ଝିଅ ମାନେ ବଡି ଭୋରରୁ ସ୍ନାନ କରି, ନୂଆ ବସ୍ତ୍ର ପରିଧାନ ସହ ନିଜକୁ ସଜାଇ ଚଉରା ମୂଳେ ମା’ ବୃନ୍ଦାବତୀଙ୍କୁ ସ୍ମରଣ କରି ଖଇ ଆଞ୍ଜୁଳି ଟେକିଥାନ୍ତି । ଚଳିତ ବର୍ଷ କୋଭିଡ କଟକଣା କାରଣରୁ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ କରାଯାଇଥିଲେ ସୁଦ୍ଧା ନୀତିକାନ୍ତି ପରମ୍ପରା ଅନୁସାରେ ସମ୍ପନ୍ନ ହୋଇଛି ଉତ୍ସବ ।

Exit mobile version