Site icon Awaj Media

ସାହିକୁ ରାସ୍ତା ନଥିବାରୁ ଗ୍ରାମବାସୀଙ୍କ ତହସିଲ ଅଫିସ ଆଗରେ ଧାରଣା !!!

Spread the love

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ଜଗତସିଂହପୁର ବ୍ଲକ ଅନ୍ତର୍ଗତ କଣ୍ଟିଲୋ ଗ୍ରାମ ପଞ୍ଚାୟତର ଗ୍ରାମବାସୀ ମାନେ ସ୍ଥାୟୀ ରାସ୍ତା ଦାବୀ ରେ ତହସିଲ ଅଫିସ ସମୁଖରେ ଆମରଣ ଅନଶନ ରେ ବସିଛନ୍ତି l ଗ୍ରାମର ୨୫ ପରିବାର ର ପ୍ରାୟ ଦୁଇ ଶହ ଲୋକ ଏହି ରାସ୍ତା ଉପରେ ନିର୍ଭର କରନ୍ତି । ଦୀର୍ଘ 40 ବର୍ଷଧରି ଏହି ରାସ୍ତା ଜରାଜୀର୍ଣ ଅବସ୍ଥାରେ ପଡ଼ି ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ରାସ୍ତାରେ ଯିବା ଆସିବା ତ ପରର କଥା ଆମ୍ବୁଲାନ୍ସ ସହିତ ସମସ୍ତ ଜରୁରୀ କାଳୀନ ସେବା ବାଧାପ୍ରାପ୍ତ ହେଉଥିବା କହିଛନ୍ତି । ଗ୍ରାମବାସୀ ମାନେ ଆଗରୁ ପ୍ରଶାସନକୁ ଅବଗତ କରିଥିଲେ ମଧ୍ୟ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ବେଳେ ଗ୍ରାମବାସୀ ମାନଙ୍କର ଦୁଃଖ ଶୁଣୁନି । ଯେ ପର୍ଯ୍ୟନ୍ତ ପ୍ରଶାସନ ଲୋକ ମାନଙ୍କର ଦାବିକୁ ପୂରଣ ନକରିଛି , ସେ ପର୍ଯ୍ୟନ୍ତ ଆମରଣ ଅନଶନ ଦେବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଅତିରିକ୍ତ ତହସିଲଦାର ବିକାଶ ସେଠୀ ଗ୍ରାମବାସୀ ମାନଙ୍କୁ ବୁଝା ସୁଝା କରି ଯଥାଶୀଘ୍ର ସମସ୍ୟାର ସମାଧାନ କରାଯିବ ନେଇ ଆଶାସ୍ୱାନା ଦେଇଛନ୍ତି ।

Exit mobile version