Site icon Awaj Media

ବାଙ୍କୀ ଭେଡା ରାମଚନ୍ଦ୍ର ପୁର ଠାରେ ସଡକ ଦୁର୍ଘଟଣା : ଜଣେ ମୃତ ଜଣେ ଗୁରୁତର !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଭେଡା ରାମଚନ୍ଦ୍ର ପୁର ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚାଉଳ ବୋଝେଇ ୪୦୭ସହ ବାଇକ ଧକ୍କାରେ ଜଣେ ମୃତ ଜଣେ ଗୁରୁତର . ଆହତଙ୍କୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ଅନୁଯାୟୀ ଟାଟା ଇଲେକ୍ଟ୍ରିକାଲ ଡିଭିଜନ ରେ କାର୍ଯ୍ୟ କରୁଥିବା ଦୁଇ ଜଣ ଯୁବକ ଡିଉଟି ସାରି ମୋଟର ସାଇକେଲ ଯୋଗେ ବ୍ରହ୍ମପୁରାରୁ ବାଙ୍କୀ ଫେରୁଥିବା ବେଳେ ଭେଡା ରାମଚନ୍ଦ୍ର ପୁର ଠାରେ ଥିବା ଏକ ବୁଲାଣି ରାସ୍ତାରେ ଚାଉଳ ବୋଝେଇ ୪୦୭ ସହ ପିଟି ହୋଇଥିଲା । ସ୍ଥାନୀୟ ଲୋକମାନେ ୧୦୮ଆମ୍ବୁଲାନ୍ସ କୁ ଫୋନ କରି ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିଲେ , ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣଙ୍କୁ ପ୍ରାଥମିକ ଚିକିତ୍ସା କରି ଗୁରୁତର ଥିବାରୁ କଟକ ବଡ଼ ମେଡିକାଲ କୁ ପଠାଯାଇଛି । ମୃତ ବ୍ୟକ୍ତି ବାଙ୍କୀ ରଣପୁର ଗ୍ରାମର ଘନଶ୍ୟାମ ଦେଉରୀ ହୋଇଥିବା ବେଳେ ଆହତ ଯୁବକ ମନ୍ଦିର ସାହିର ସଞ୍ଜିତ ରଣା ବୋଲି ଜଣାପଡିଛି ।

Exit mobile version