Site icon Awaj Media

ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନେଇ ବ୍ଲକ ସ୍ତରୀୟ ମେଗା ସମନ୍ୱୟ ମେଳା ଆୟୋଜିତ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଟିକାବାଲି ବ୍ଲକ ପରିସରରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନେଇ ଏକ ବ୍ଲକ ସ୍ତରୀୟ ମେଗା ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି | ଏହି ମେଳା ରେ ଟିକାବାଲି ବ୍ଲକ ର ପ୍ରାୟ ୧୧ଟି ପଞ୍ଚାୟତ ରୁ ୨୩୦ ଟି ସ୍ୱୟଂ ସହାୟକ ଗୋଷ୍ଠୀ ର ମାଆ ମାନେ, ଗ୍ରୁପ ଗୁଡିକ ପରିଚାଳନା କରୁଥିବା ଏମବିକେ, ସିଆରପି, ବିଆରପି, ବ୍ୟାଙ୍କ ମିତ୍ରମାନେ ଉପସ୍ଥିତ ଥିଲେ | ଏହି ଅବସରରେ ଏକ କାଳୀନ ୨୩୦ ଟି ସ୍ୱୟଂ ସହାୟକ ଦଳ ମାନଙ୍କୁ ଏକା ଥରକେ ଋଣ ପ୍ରଦାନ କରାଯାଇଛି |

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବ୍ଲକ ଅଧ୍ୟାକ୍ଷା ଶ୍ରୀମତି ସୁଚିତ୍ରା ପ୍ରଧାନ, ଟିକାବାଲି ପଞ୍ଚାୟତ ସମିତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଫକିର ଚରଣ ପରିଡା, ଏଲ ଡି ଏମ କଳ୍ପତରୁ ସ୍ୱାଇଁ, ମିଶନ ଶକ୍ତି ଡି ପି ସି ସୁନୀଲ କୁମାର ନାୟକ, ଓଡିଶା ଜୀବିକା ମିଶନ ଡି ପି ଏମ ସନ୍ତୋଷ କୁମାର ରଥ, ଏ ପି ଡି ରଞ୍ଜୀତ ସାମନ୍ତରାୟ, ପି ଏ ସୀତାରାମ କୀର୍କୀ, ମିଶନ ଶକ୍ତି ବିପିସି ମିଖାଏଲ ପ୍ରଧାନ, ସି ଡି ପି ଓ ଶ୍ରୀମତୀ ପାନମଣୀ ହାଁସଦା ପ୍ରମୁଖ ଉପସ୍ଥିତ ଥିଲେ |ଏହି ଅବସରରେ ଜିଲ୍ଲା ରୁ ଆସିଥିବା ବିଭାଗୀୟ ଅଧିକାରୀ ମାନେ ଦିଆଯାଉଥିବା ଋଣର ଅପବ୍ୟବହାର ଯେପରି ନକରନ୍ତି ସେଥିପାଇଁ ଅନେକ ବ୍ୟବସାୟ ଭିତିକ ଉଦ୍ୟୋଗ ଗୁଡିକ ବିଷୟରେ କହିବା ସଙ୍ଗେ ସଙ୍ଗେ ସଙ୍ଗେ ଋଣ କୁ ଠିକ ସମୟରେ ପରିଶୋଧ କରିବାକୁ, ଏବଂ ଉଚିତ ଋଣ ଟଙ୍କା ବିନିଯୋଗ କରି ଲାଭବାନ ହେବାକୁ ପ୍ରୋତ୍ସାହନ କରିଥିଲେ |ଏହି କାର୍ଯ୍ୟକ୍ରମ କୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସ୍ଥାନୀୟ ବି ପି ଏମ ଭାଗିରଥି ପୃଷ୍ଟି ପରିଚାଳନା କରିଥିବା ବେଳେ ସ୍ଥାନୀୟ ମିଶନ ଶକ୍ତି ବି ପି ସି ମିଖାଏଲ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇ ମେଳା କୁ ସମାପ୍ତ କରିଥିଲେ |

Exit mobile version