Site icon Awaj Media

ଦୁର୍ଦ୍ଦିନରେ ଦାରୁବ୍ରହ୍ମ ସାଂସ୍କୃତିକ ସମାଜ ପାଠାଗାର !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ଵର ପଞ୍ଚାୟତର ପାଠକ ପାଠିକା ଙ୍କ ନିମନ୍ତେ ୧୯୯୧ ମସିହାରେ ସ୍ଥାପିତ ହୋଇଥିଲା ଦାରୁବ୍ରହ୍ମ ସାଂସ୍କୃତିକ ସମାଜ ପାଠାଗାର . ସରକାରୀ ସୀକୃତି ପ୍ରାପ୍ତ ଏହି ସର୍ବ ପୁରାତନ ପାଠାଗାର ଆଜି ଜରାଜୀର୍ଣ୍ଣ ଅବସ୍ତାରେ ଭଡ଼ା ଘରେ ପଡ଼ି ରହିଛି । ନାଁ ଅଛି ସ୍ଥାୟୀ କାର୍ଯ୍ୟାଳୟ ନାଁ ଅଛି ଆଲୋକୀକରଣ ବ୍ୟବସ୍ଥା । ଦୁଇଗୋଟି ଭଙ୍ଗା ଆଲମାରୀ ରେ ପଡ଼ି ରହିଛି ମୂଲ୍ୟବାନ ପୁସ୍ତକ . ପାଠାଗାର ରେ ପାଞ୍ଚହଜାର ରୁ ଅଧିକ ପୁସ୍ତକ ଥିବା ରୁ ଏହାର ରକ୍ଷଣାବେକ୍ଷଣ କରିବା କଷ୍ଟସାଧ୍ୟ ହୋଇପଡୁଛି । ଯାହା ଫଳରେ ସଭାପତି ରଘୁନାଥ ସାହୁ ନିଜ ଘରେ ପେଟିରେ ପୁରାଇ ପୁସ୍ତକ ଗୁଡିକୁ ରଖିଥିବା ଦେଖିବାକୁ ମିଳିଛି । ପଞ୍ଚାୟତ ସ୍ତରରେ ଉନ୍ନତି କରଣ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲା ବେଳେ ଏଭଳି ଏକ ଲୋକାଭିମୁଖୀ ପାଠାଗାର ପ୍ରତି ସରକାର ଙ୍କ ଦୃଷ୍ଟି ନଥିବାରୁ ଅଞ୍ଚଳର ବୃଦ୍ଧିଜିବୀଙ୍କ ମହଲରେ ତିବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ସଭାପତି ରଘୁନାଥ ସାହୁ ଙ୍କ କହିବା ଅନୁଯାୟୀ ସେ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଧାୟକ ପର୍ଯ୍ୟନ୍ତ ଏହି ବିଷୟରେ ଅବଗତ କରାଇଥିଲେ ମଧ୍ୟ ଫଳ କିଛି ମିଳିନାହିଁ । ପାଠାଗାର ନିମନ୍ତେ ସ୍ଥାୟୀ ଗୃହ ସହିତ ଏହାର ବିକାଶ ନିମନ୍ତେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ପାଇଁ ସଭାପତି ରଘୁନାଥ ସାହୁ , ଉପ ସଭାପତି ବିଜୟ କୁମାର ମଲିକ, ସମ୍ପାଦକ ସରୋଜ କୁମାର ମଲ୍ଲ, ସହ ସମ୍ପାଦକ ରମାନାଥ ମଲିକ, ଲାଇବ୍ରେରୀୟାନ ସୁଧାକର ଦାଶ ପ୍ରମୁଖ ଦାବି କରିଛନ୍ତି .

Exit mobile version