Site icon Awaj Media

ନୟାଗଡ ର ପୂର୍ବତନ ବିଧାୟକ ସ୍ୱର୍ଗତ ବଂଶୀଧର ସାହୁ ଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ପାଳିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ର ପୂର୍ବତନ ବିଧାୟକ ସ୍ୱର୍ଗତ ବଂଶୀଧର ସାହୁ ଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ପାଳିତ . ବଂଶୀଧର ସ୍ମୃତି କମିଟି ଆନୁକୂଲ୍ୟରେ ଇଟାମାଟି ସ୍ଥିତ ବଂଶୀଧର ମହାବିଦ୍ୟାଳୟ ପରିସରରେ ଡଃ.ରଙ୍ଗନାଥ ବେହେରାଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି . ମୁଖ୍ୟ ଅତିଥି ଭାବେ ପିସିସି ସେବାଦଳ ଅଧ୍ୟକ୍ଷ ଡ଼ଃ. ଆର୍ଯ୍ୟ କୁମାର ଞାନେନ୍ଦ୍ର, ମୁଖ୍ୟବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ତଥା ପିସିସି ମିଡିଆ ସେଲର ଅଧ୍ୟକ୍ଷ ଗଣେଶ୍ୱର ବେହେରା, ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ପୂର୍ବତନ ବିଧାୟକ ଡ଼. ଦିଲିପ ଶ୍ରୀଚନ୍ଦନ, ଖଣ୍ଡପଡ଼ା ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂ, ପିସିସି ରାଜ୍ୟ ସମ୍ପାଦକ ହୁସେନ ଖାଁ, ବଂଶୀଧର ମହାବିଦ୍ୟାଳୟ ର ସଭାପତି ଶରତ ଚନ୍ଦ୍ର ସାହୁ , ମହାବିଦ୍ୟାଳୟ ର ଅଧ୍ୟକ୍ଷ ହରିପ୍ରସାଦ ରଣସିଂହ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସାହୁ ଙ୍କ ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ବଂଶୀଧର ସାହୁ ଙ୍କ ଜୀବନ ସହିତ ଜଡିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଙ୍କୁ ସ୍ମୃତି କମିଟି ତରଫରୁ ସମ୍ମାନିତ କରାଯିବା ସହ ନୟାଗଡ଼ ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଅନନ୍ୟା ଫାଉଣ୍ଡେସନ କୁ ସମ୍ମାନିତ କରାଯାଇଥିଲା । ବ୍ୟଙ୍ଗ କବି ରବିନ୍ଦ୍ର ରାଉତ ସ୍ମୃତି ଚାରଣ କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version