Site icon Awaj Media

ସାଙ୍ଘାତିକ ଅଭିଯୋଗ ଆଣିଲେ ନୟାଗଡ ଜିଲ୍ଲା କଂଗ୍ରେସ ସଭାପତି !

Spread the love

!!! ୧୦୦ କୋଟିର ଦୁର୍ନୀତି ଚପାଇବା ପାଇଁ ୬ ବର୍ଷ ଧରି ୧୪୨ ସମବାୟ ସମିତି ଅଡିଡ଼ କରାଯାଉନାହିଁ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲାରେ ଧାନ କିଣା ସହ ବ୍ୟାଙ୍କିଙ୍ଗ ସେବା କରୁଥିବା ଜିଲ୍ଲାର ୧୪୨ ସେବା ସମବାୟ ସମିତି ଆଜକୁ ୬ ବର୍ଷ ଧରି ଅଡିଟ ନହେବା ପଛରେ ପ୍ରାୟ ୧୦୦ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ଦୁର୍ନୀତି ପର୍ଦାଫାଶ ଭୟ ପ୍ରମୁଖ କାରଣ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଗଣମାଧ୍ୟମକୁ କହିଛନ୍ତି l ଆଶ୍ଚର୍ଯ୍ୟ ହେଲେବି ଏହା ସତ୍ୟ l ସମ୍ପ୍ରତ୍ତି ନୟାଗଡ ଜିଲ୍ଲାରେ ପିସିଖୋର ରାଜନେତା, ଦୁର୍ନୀତି ଗ୍ରସ୍ତ ସରକାରୀ କର୍ମଚାରୀ ଏବଂ ଦଲାଲ ବ୍ୟବସାୟୀଙ୍କ ମିଳିତ ଚକ୍ରାନ୍ତରେ ଦୁର୍ନୀତି ଭ୍ରଷ୍ଟାଚାର ସୀମା ପାର ହେବା ସମସ୍ତଙ୍କ ପାଇଁ ଚିନ୍ତାଜନକ ବୋଲି ଶ୍ରୀ ଦାଶ ପ୍ରକାଶ କରିଛନ୍ତି l ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ଏହି ସେବା ସମବାୟ ସମିତି ମାନଙ୍କ ମାଧ୍ୟମରେ ନୟାଗଡ ଜିଲ୍ଲାରୁ ଚଳିତ ବର୍ଷ ଖରିଫରେ ମୋଟ ୧୪ ଲକ୍ଷ କୁଇଣ୍ଟାଲ ଧାନ × ୧୭୬୦ ଟଙ୍କା= ୨୪୬ କୋଟି ୪୦ ଲକ୍ଷ ଟଙ୍କାର ଧାନ କ୍ରୟ କରାଯାଇଥିବା ବେଳେ ପୂର୍ବ ବର୍ଷ ମାନଙ୍କରେ ୧୨ ଲକ୍ଷ କୁଇଣ୍ଟାଲ ଧାନ କ୍ରୟର ଆନୁମାନିକ ମୂଲ୍ୟ ପ୍ରାୟ ୨୦୦ କୋଟି ହିସାବରେ ବାର୍ଷିକ ଗତ ୬ ବର୍ଷରେ ପ୍ରାୟ ୧୨୦୦ କୋଟି ଟଙ୍କାର ଧାନ ନୟାଗଡ ଜିଲ୍ଲାରେ କିଣାଯାଇ ଥିବା ବେଳେ ଗୁରୁତର ଆର୍ଥିକ ଅନିୟମିତତା କରାଯାଇ ଶହଶହ କୋଟି ଟଙ୍କାର ଦୁର୍ନୀତିକୁ ଚପାଇ ଦେବା ପାଇଁ ଜିଲ୍ଲାର କୌଣସି ସେବା ସମବାୟ ସମିତିର ଅଡିଟ କରାଯାଉ ନଥିବା କଂଗ୍ରେସ ଅଭିଯୋଗ କରିଛି l ଏହି ବିରାଟ ଷଡଯନ୍ତ୍ରରେ ସମବାୟ ସମିତି ସମ୍ପାଦକଙ୍କ ଠାରୁ ଆରମ୍ଭ କରି ଅସ୍ଥାୟୀ ଏଆରସିଏସ ଏବଂ ଜିଲ୍ଲାପାଳ ଯାଏଁ ସାମିଲ ଥିବା ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି l ୨୦୧୯ ଫେବୃଆରୀ ମାସରୁ ନୟାଗଡ ଜିଲ୍ଲାପାଳ ଜିଲ୍ଲାର କେନ୍ଦ୍ର ସମବାୟ ବ୍ୟାଙ୍କର ପ୍ରଶାସିକା ଭାବେ ସେବା ସମବାୟ ସମିତି ଗୁଡିକୁ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ରଖି ଏତେ ବଡ ଦୁର୍ନୀତିକୁ ଘଣ୍ଟ ଘୋଡାଇ ରଖାଯିବା ଏବଂ ସମିତି ଗୁଡିକର ଦୀର୍ଘ ବର୍ଷର ଅଡିଟ ପାଇଁ ଜାଣିଶୁଣି ମିଲିଭଗତ ହୋଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ବୋଲି ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି l ରାଜ୍ୟ ସମବାୟ ବିଭାଗ ମୋ ସରକାର 5 T ଅଧୀନକୁ ଆସିବା ପରେ ବିନା ଅଡିଟରେ ସେବା ସମବାୟ ସମିତି ଗୁଡିକ ମୋ ସରକାର ପରିସର ଭୁକ୍ତ ହେବା ପାଇଁ ଆଇନଗତ ବାଧକ ଥିବାରୁ ନୟାଗଡ ଜିଲ୍ଲାର ସମସ୍ତ ସେବା ସମବାୟ ସମିତି କେଉଁ କାରଣ ପାଇଁ ଅଡିଟ ହେଉନାହିଁ ଜିଲ୍ଲପାଳ ସ୍ପଷ୍ଟ କରନ୍ତୁ ବୋଲି ଜିଲ୍ଲା କଂଗ୍ରେସ ଦାବୀ କରିଛି l

Exit mobile version