Site icon Awaj Media

ଧର୍ମପ୍ରାଣା ମହିଳା ଶୁକଲତା ବେହେରାଙ୍କୁ ବରାଳ ମାଟିରେ ଶ୍ରଦ୍ଧାଞ୍ଜଳି ।

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବୟାଳିଶ ମୌଜା ଉପକଣ୍ଠ ବରାଳ ଗ୍ରାମର ଧର୍ମପ୍ରାଣା, ମିଷ୍ଟଭାଷୀ ତଥା ଆଦର୍ଶ ମହିଳା ସ୍ୱର୍ଗତା ଶୁକଲତା ବେହେରାଙ୍କ ଏକାଦଶାହ ଅବସରରେ ବେହେରାସାହି ତ୍ରିନାଥ ମନ୍ଦିର ନିକଟରେ ଶୋକସଭା ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ସଭାରେ ମୁହାଁଣ ସାହିତ୍ୟ ସଂସଦ , ମୁମ୍ବାଇ ର ଉପଦେଷ୍ଟା ବାବି ପ୍ରସାଦ ଦାସ, ନାଟ୍ୟକାର ଅଶୋକ ପଟ୍ଟନାୟକ, ସମାଜସେବୀ ଅଜୟ ବେହେରା, ରକ୍ତଦାତା ଅଶୋକ ସେଠୀ, କଥାକାର ଶରତ ରାୟ, ସମିତି ସଭ୍ୟ ଚିତ୍ତରଂଜନ ଭୋଳ, ସମାଜସେବୀ ତ୍ରିଲୋଚନ ଦଳାଇ, କଳାକାର ସୁଧାଂଶୁ ଶେଖର ବେଉରା, ଯୁବନେତା ଲକ୍ଷ୍ମୀଧର ବେଉରା, ରକ୍ତଦାତା ପ୍ରଦୀପ ଲେଙ୍କା, ପୁତ୍ର ବିଷ୍ଣୁ ଚରଣ ବେହେରା, ମହେଶ୍ୱର ବେହେରା, ଗୋବିନ୍ଦ ବେହେରା, ବ୍ରହ୍ମାନନ୍ଦ ବେହେରା, ଇଶ୍ୱର ବେହେରା, ସୁରେଶ ଚନ୍ଦ୍ର ବେହେରା, ହାଡିବନ୍ଧୁ ବେହେରା, କନ୍ୟା ଜ୍ୟୋତ୍ସ୍ନାରାଣୀ ବେହେରା, ଉଷାରାଣୀ ବେହେରା, ନାତି ସୁବାସ ବେହେରା, ସନ୍ତୋଷ ବେହେରା ଓ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ରହି ଆମର ଆତ୍ମାର ସଦଗତି କାମନା କରିଥିଲେ ।

Exit mobile version