Site icon Awaj Media

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବାଟବଣା !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ସରକାର ଅଣ କୁଶଳୀ ଶ୍ରମିକ ମାନଙ୍କୁ କାମଧନ୍ଦା ଯୋଗାଇବା ପାଇଁ ମନରେଗା ଯୋଜନା କାର୍ଯ୍ୟକାରୀ କରିଛନ୍ତି .ଏହି ଯୋଜନାରେ କାମ ନ କରି ଏହାର ଫାଇଦା ଉଠାଇଥିବାର ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ହରିପୁର ଗ୍ରାମରେ . ୨୦୨୦/୨୧ ଆର୍ଥିକ ବର୍ଷରେ ଭୁତକୁଦିଆ ଠାରେ ନିର୍ମାଣ କାର୍ଯ୍ୟ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୫ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଏକ ଖେଳ ପଡିଆ ନିର୍ମାଣ କରାଯିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ଖେଳ ପଡିଆରେ ନାମକୁ ମାତ୍ର ମୋରମ ବିଛାଇ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡି ରହିଛି । ଦୀର୍ଘ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ନହେବାରୁ ସ୍ଥାନୀୟ ଗ୍ରାମବାସୀ ଚିତରଞ୍ଜନ ଖଟୁଆ, ବାସୁଦେବ ନାୟକ, ରମେଶ ଦାସ, ରାଜେଶ ନାୟକଙ୍କ ସମେତ ବହୁ ଲୋକ ସ୍ଥାନୀୟ ବିଡ଼ିଓ ଏବଂ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଦାବୀ କରିଛନ୍ତି ।

Exit mobile version