Site icon Awaj Media

ସମାଜସେବୀଙ୍କ ବିୟୋଗରେ ସ୍ମୃତି ଚାରଣ ସଭା !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତ ଅନ୍ତର୍ଗତ ମଲ୍ଲୀପଦର ମହୋତ୍ସବ କମିଟିର ସଭାପତି ବିଦ୍ୟାଧର ମହାରଣାଙ୍କ ପିତା ସ୍ୱର୍ଗତ ସମାଜସେବୀ ଲକ୍ଷ୍ମୀଧର ମହାରଣାଙ୍କ ଦ୍ୱାଦଶାହ ଅବସରରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସ୍ମୃତି ସଭାରେ ବିଶିଷ୍ଟ ବିଦ୍ୱାନ କରୁଣାକର ମହାରଣା ସଭାପତିତ୍ୱ କରିଥିଲେ । ବେଗୁନିଆ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି , ସ୍ଥାନୀୟ ସମିତି ସଭ୍ୟ ସୁବାସ ଚନ୍ଦ୍ର ମହାନ୍ତି ମୁଖ୍ୟ ବକ୍ତା, ଶିକ୍ଷାବିତ ରାଜ କିଶୋର ପାଣିଗ୍ରାହୀ, ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ବେହେରା ଓ ସମିତି ସଭ୍ୟ ଶିଶିର କୁମାର ଆଚାର୍ଯ୍ୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ଶ୍ରୀ ମହାରଣାଙ୍କ ଅନବଦ୍ୟ ସମାଜସେବା ଓ ସ୍ଥାନୀୟ ଅଞ୍ଚଳରେ ଜଣେ କାଠ କାରିଗରୀ ବିଦ୍ୟାରେ ୬୦ ରୁ ଉର୍ଦ୍ଦ୍ୱ ଶିଷ୍ୟ ସୃଷ୍ଟି କରି ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ସଭାରେ ସମାଜସେବୀ ରଞ୍ଜନ କୁମାର ବେହେରା, ମନୋରଞ୍ଜନ ପଣ୍ଡା, ସନ୍ତୋଷ କୁମାର ଦାଶ, କୁଞ୍ଜ ବିହାରୀ ମହାପାତ୍ର ଓ ମାଗୁଣି ସାମନ୍ତରାୟ ପ୍ରମୁଖ ଯୋଗ ଦେଇ ନିଜର ମତ ପ୍ରକାଶ କରିଥିଲେ ।

Exit mobile version