Site icon Awaj Media

ଯୁବକ ମାନଙ୍କ ଉଦ୍ୟମରେ ଟିକାକରଣ କେନ୍ଦ୍ର ସ୍ଥାନାନ୍ତରିତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଟୀକାକରଣ କେନ୍ଦ୍ର ସ୍ଥାନାନ୍ତରିତ ହେବା ପରେ ଶାନ୍ତି ଶୃଙ୍ଖଳାର ସହିତ ଚାଲିଛି ଟୀକାଦାନ . ବାଙ୍କୀ ସଦର ମହକୁମା ରେ ସ୍ଥାନୀୟ ଯୁବକ ମାନଙ୍କ ଉଦ୍ୟମରେ ଟିକାକରଣ କେନ୍ଦ୍ର ସ୍ଥାନାନ୍ତରିତ କରାଯାଇଛି . ବାଙ୍କୀ କଲେଜ ପରିସରରେ ଖାଲି ପଡିଥିବା କ୍ୟାଣ୍ଟିନ୍ ପରିସରକୁ ଟୀକାକରଣ କେନ୍ଦ୍ର ସ୍ଥାନାନ୍ତରିତ କରିବା ପାଇଁ ଲୋକେ ଦାବୀ କରୁଥିଲେ . ତେବେ ସ୍ଥାନୀୟ କିଛି ଯୁବକଙ୍କ ଉଦ୍ୟମ କ୍ରମେ ପ୍ରଶାସନ ସହଯୋଗରେ ଟୀକାକରଣ କେନ୍ଦ୍ର ସ୍ଥାନାନ୍ତରିତ ହୋଇଥିଲା . ପର୍ଯ୍ୟାପ୍ତ ଜାଗା ଏବଂ ଭଲ ପରିବେଶ କାରଣରୁ ନୂତନ ଟୀକାଦାନ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ର ସହିତ ଚାଲିଛି କୋଭିଡ ଟିକାକରଣ । ଅଞ୍ଚଳବାସୀ ଉତ୍ସାହର ସହିତ ଆସି ନେଉଛନ୍ତି କୋଭିଡ ଟିକା . ଅନ୍ୟ ପକ୍ଷରେ ଦେଶରେ କୋଭିଡ ଡୋଜ ଏକ ଶହ କୋଟି ପାର ହେବା ପରେ ଅଧିକ ଉତ୍ସାହିତ ହୋଇ ପଡିଛନ୍ତି ସ୍ୱାସ୍ଥ୍ୟ କର୍ମଚାରୀ ଏବଂ ଟୀକାଦାନରେ ନିୟୋଜିତ କର୍ମଚାରୀ .

Exit mobile version