କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ବିଲିଣ୍ଡା ଠାରେ ନବ ନିର୍ମିତ ରାଜ ରାଜେଶ୍ଵରୀ ମା ଦୁର୍ଗା ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଗୋଳ ଜିଲ୍ଲା କଣିହାଁ ବ୍ଳକ ଅନ୍ତର୍ଗତ ସମଲ ଗ୍ରାମ ପଞ୍ଚାୟତ ବିଲିଣ୍ଡା ଗ୍ରାମରେ ଦୁର୍ଗା ମନ୍ଦିର ର ରତ୍ନମୁଦ ଉତ୍ସବ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମବାସୀ ସମସ୍ତେ ନୂତନ ବସ୍ତ୍ର ପରିଧାନ କରି ଭକ୍ତିମୟ ପରିବେଶ ଭିତରେ ବ୍ରାହ୍ମଣୀ ନଦୀ ରୁ କଳସୀ ଯାତ୍ରା କରି ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଥିଲେ । ଏଥିରେ ମୁଖ୍ୟ ପଣ୍ଡିତ ତାଳଚେରର ରାଜାଙ୍କ ରାଜ ପୁରୋହିତ ହୋମଯଜ୍ଞ କାର୍ଯ୍ୟ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପାଲଲହଡା ବିଧାୟକ ମୁକେଶ କୁମାର ପାଳ ଯୋଗ ଦେଇଥିଲେ । ଆନନ୍ଦ ଉଲ୍ଲାସ ମଧ୍ୟରେ ମା ଦୁର୍ଗାଙ୍କ ମନ୍ଦିର ରତ୍ନମୁଦ କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ମା’ ଙ୍କ ସମସ୍ତ ପ୍ରକାର ରୀତିନୀତି ପରେ ଯଜ୍ଞ ମଣ୍ଡପରେ ମା ଦୁର୍ଗାଙ୍କ ଯଜ୍ଞ କର୍ମ ଓ ଚଣ୍ଡୀ ପାଠ କରାଯାଇଥିଲା । ତାଳଚେର ରାଜାଙ୍କ ରାଜ ପୁରୋହିତ, ବିଲିଣ୍ଡା ଗ୍ରାମର ଗ୍ରାମ ପୁରୋହିତ ଓ ଜଗନ୍ନାଥ ଧାମରୁ ଆସିଥିବା ପୂଜକଙ୍କ ଦ୍ଵାରା ଯଜ୍ଞ କର୍ମ ସମ୍ପାଦନ କରାଯାଇଥିଲା । ଗ୍ରାମର ବଳଭଦ୍ର ପ୍ରଧାନ ଓ ରାଜକିଶୋର ବେହେରା କର୍ତ୍ତା ଭାବରେ ଯଜ୍ଞ ମଣ୍ଡପରେ ରହି ପୁଜା କାର୍ଯ୍ୟ ସମ୍ପାଦନ କରିଥିଲେ । ନିକଟସ୍ଥ ସମସ୍ତ ଗ୍ରାମ ର ଲୋକମାନେ ଆସି ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ସମଲ ଓ ବିଲଣ୍ଡା ଗ୍ରାମର ସଙ୍କୀର୍ତ୍ତନ ମଣ୍ଡଳୀଙ୍କର ନାମ ସଂକୀର୍ତ୍ତନ ରେ ଅଞ୍ଚଳ ପ୍ରକମ୍ପିତ ହେଉଥିଲା । ଏ ପୀଠ ବହୁ ପୁରାତନ ପୀଠ । ଏ ହେଇଛି ତାଳଚେର ରାଜାଙ୍କର ଆରାଧ୍ୟ ଦେବୀ ମା ଦୁର୍ଗା । ଅଞ୍ଚଳ ବାସୀଙ୍କର ସମସ୍ତ ପ୍ରକାର ସାହାଯ୍ୟ ସହଯୋଗରେ ମନ୍ଦିର ନିର୍ମାଣ କରାଯାଉଛି । ମନ୍ଦିରର ଉପରି ଭାଗରେ ଅଷ୍ଟଧାତୁ ସମସ୍ତ ପ୍ରକାର ଶସ୍ୟରେ ମନ୍ଦିରର ମୁଣ୍ଡିକୁ ସମ୍ପୂର୍ଣ୍ଣ କରାଯାଇଥିଲା । ଶେଷରେ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଗ୍ରାମ ସଭାପତି ବଳରାମ ପ୍ରଧାନ, ମନ୍ଦିର କମିଟି ସଭାପତି ଦେବାନଦ ପ୍ରଧାନ ଓ ଗ୍ରାମର ଦିବାକର ସାହୁ , କୈଳାସ ବେହେରା , ବାବୁ ପ୍ରଧାନ, ସିଲୁମନ୍ ପ୍ରଧାନ, ନବଘନ ସାହୁ, ଅବନୀ ବେହେରା , ଟଙ୍କଧର ସାହୁ, ସମୀର ସାହୁ, ଦିଲ୍ଲୀପ ସାହୁ ଏବଂ ସମଲ , ବିକିସର ଗ୍ରାମର ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ମା ଦୁର୍ଗାଙ୍କ ମନ୍ଦିର ରତ୍ନମୁଦ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ ।
ବିଲିଣ୍ଡା ଠାରେ ନୂତନ ରାଜ ରାଜେଶ୍ଵରୀ ମା ଦୁର୍ଗା ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ।

