Site icon Awaj Media

ଢେଙ୍କାନାଳରେ ବିଶ୍ୱ ମିତଵ୍ୟୟିତା ଦିବସ ପାଳିତ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ଆନୁକୂଲ୍ୟରେ ବିଶ୍ବ ମିତଵ୍ୟୟିତା ଦିବସ ପାଳିତ ହୋଇଅଛି । ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ମିତବ୍ୟୟିତା ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଜିଲ୍ଲାପାଳ ସରୋଜ କୁମାର ସେଠୀ ଏବଂ ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ । ଏହି ଉତ୍ସବରେ ଜିଲ୍ଲା ସ୍ଵଳ୍ପ ସଞ୍ଚୟ ଅଧିକାରୀ ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା , ଜିଲ୍ଲା ସ୍ଵଳ୍ପ ସଞ୍ଚୟ ବିଭାଗର କର୍ମଚାରୀ ଏବଂ କ୍ଷମତାପ୍ରାପ୍ତ ଏଜେଣ୍ଟ ମାନେ ଉପସ୍ଥିତ ଥିଲେ । ପ୍ରଥମେ ସଞ୍ଚୟ ଦ୍ଵିତୀୟ ବ୍ୟୟ , ଜଳବିନ୍ଦୁ ସମ ସଞ୍ଚିବ ଯିଏ , ସାଗର ଭଳି ଧନ ପାଇବ ସିଏ , ମିତବ୍ୟୟୀ ହୋଇ ସଞ୍ଚୟ କରନ୍ତୁ , ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ , ମିତବ୍ୟୟୀ ହୋଇ ଧନ ସଞ୍ଚିବା , ନିଜ ଭବିଷ୍ୟତ ତଥା ଦେଶ ଗଢିବା ଆଦି ସ୍ଲୋଗାନ ଦେଇ ମିତବ୍ୟୟିତା ସଚେତନ ରଥ ସହର ପରିକ୍ରମା କରି ସଚେତନତାର ବାର୍ତ୍ତା ପ୍ରଚାର କରାଯାଇଥିଲା ।

Exit mobile version