Site icon Awaj Media

ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସମୀକ୍ଷା ବୈଠକ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀ ଅଧିନସ୍ଥଦାରିଙ୍ଗବାଡି ବ୍ଲକ ର ଜୋନ ନଂ.୧୧ର ବିଭିନ୍ନ ଅଞ୍ଚଳ ବୁଲି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଓ ଜି.ଉଦୟଗିରି ବିଧାୟକ ସଲୁଗା ପ୍ରଧାନ ଯୋଗ ଦେଇଥିଲେ। ଉକ୍ତ ବୈଠକରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଉତ୍ସାହିତ କରିବା ସହ ଆର୍ଥିକ କ୍ଷେତ୍ରରେ ମହିଳା ମାନଙ୍କ ସ୍ଵଛଳତା ଆଣିବା ନିମନ୍ତେ ବିଭିନ୍ନ ପ୍ରୋଜେକ୍ଟ ପାଇଁ ଚେକ ପ୍ରଦାନ କରିଥିଲେ l ଏଥିସହ ପାନୀୟ ଜଳ ଯୋଗାଣ କାର୍ଯ୍ୟର ତଦାରଖ କରିବା ସହ କନ୍ଧମାଳ ଜିଲ୍ଲା ର ପ୍ରତ୍ୟକ ଘରକୁ କିପରି ପାନୀୟ ଜଳ ଯୋଗାଇଦିଆଯିବ ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ l

Exit mobile version