Site icon Awaj Media

ହାତୀ ଆକ୍ରମଣରେ ପ୍ରାଣ ହରାଇଲେ ଟ୍ୟୁସନ ଶିକ୍ଷକ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଟ୍ୟୁସନ ସାରି ଘରକୁ ଫେରୁଥିବା ବେଳେ ହାତୀ ଆକ୍ରମଣରେ ଶିକ୍ଷକଙ୍କ ମୃତ୍ୟୁ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେଞ୍ଜ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି । ମୃତକଙ୍କ ଘର ଭୋଇସାହିରେ ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ, ସରସ୍ଵତୀ ବିଦ୍ୟା ମନ୍ଦିରର ଶିକ୍ଷକ ବିଜୟ କୁମାର ପଟ୍ଟନାୟକ ଏବଂ ତାଙ୍କର ଜଣେ ବନ୍ଧୁ ପିଲାଙ୍କୁ ପାଠ ପଢାଇ ଚାଲି ଚାଲି ଘରକୁ ଫେରୁଥିଲେ । କିନ୍ତୁ ନିରାକାରପୁର କଲେଜ ପଡିଆ ନିକଟରେ ହଠାତ ଗୋଟିଏ ହାତୀ ସେହି ଦୁଇଜଣଙ୍କୁ ଆକ୍ରମଣ କରିବାରୁ ବିଜୟ ହାତୀ ହାବୁଡରେ ପଡି ଯାଇଥିବା ବେଳେ ତାଙ୍କ ବନ୍ଧୁ ଖସି ପଳାଇବାକୁ ସମର୍ଥ ହୋଇଥିଲେ । ହାତୀ ଆକ୍ରମଣରେ ବିଜୟଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଜନବସତି ଅଞ୍ଚଳରେ ହାତୀ ପ୍ରବେଶ କରିଥିବା ଖବର ବନ ବିଭାଗକୁ ଜଣାଥିଲେ ମଧ୍ୟ ଏହା ପାଇଁ କୌଣସି ବ୍ୟବସ୍ଥା କରିନଥିଲେ । ଯଦି ବନ ବିଭାଗ ଏହା ଉପରେ କୌଣସି ପଦକ୍ଷେପ କିମ୍ବା ଲୋକଙ୍କୁ ସତର୍କ କରାଇଥାନ୍ତେ, ତେବେ ଅକାଳରେ ବିଜୟଙ୍କ ଜୀବନ ହାନି ଘଟି ନଥାନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ବନ ବିଭାଗର ଦାୟିତ୍ଵହୀନତା ଯୋଗୁଁ ଗୋଟିଏ ମୂଲ୍ୟବାନ ଜୀବନ ଚାଲିଗଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସେଥିପାଇଁ ବିଜୟଙ୍କ ପରିବାରକୁ କ୍ଷତି ପୂରଣ ପ୍ରଦାନ କରିବା ସହ ଏଭଳି ଘଟଣାର ପୁନରାବୃତ୍ତି ଯେଭଳି ନହୁଏ, ସେଥିପାଇଁ ବନ ବିଭାଗ ଉଚିତ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ବାସୀ ଦାବି କରିଛନ୍ତି ।

Exit mobile version