ମା ଚର୍ଚ୍ଚିକା ସାମ୍ବାଦିକ ସଂଘ ବାଙ୍କୀ ତରଫରୁ ମାନସ ବେହେରାଙ୍କୁ ପ୍ରଶସ୍ତ ପତ୍ରିକା ପ୍ରଦାନ
ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଜନମାନସ ରୁ ଏଯାଏଁ ଲିଭିନି ମୁଣ୍ଡଳୀ ମହାନଦୀ ବ୍ୟାରେଜ ରେ ଘଟିଥିବା ଦୁଖଦ ଅଭାବନୀୟ ଘଟଣା . ଅପରେସନ ଗଜରାଜ ସମୟରେ ଘଟିଥିଲା ଅଘଟଣ . ଅକାଳରେ ଝଡି ପଡିଲା ଦୁଇ ଦୁଇଟି ଅମୁଲ୍ୟ ଜୀବନ . ଓଡ୍ରାଫ ଯବାନ ସୀତାରାମ ମୁର୍ମୁ ଏବଂ ଓ ଟିଭି ର ଚିଫ ରିପୋର୍ଟର ଅରିନ୍ଦମ ଦାସ ଅଘଟଣରେ ପ୍ରାଣ ହରାଇଥିଲେ . ତେବେ ଦୁର୍ଘଟଣା ସମୟରେ ଅଦମ୍ୟ ସାହସ ଦେଖାଇ ଭରା ମହାନଦୀରୁ ତିନି ଜଣଙ୍କୁ ଉଦ୍ଧାର କରିଥିଲେ ସାନମୁଣ୍ଡଳୀ ଗ୍ରାମର ମାନସ ବେହେରା . ବିନା ଲାଇଫ ଜ୍ୟାକେଟ ରେ ଏକ ଛୋଟ ଦେଶୀ ଡ଼ଙ୍ଗା ନେଇ ଯେପରି ଭାବରେ ମାନସ ସେମାନଙ୍କୁ ଉଦ୍ଧାର କରିଥିଲେ ତାହା ସୃଷ୍ଟି କରିଛି ସାହାସିକତାର ଭିନ୍ନ ନିଦର୍ଶନ . ମାନସ ଙ୍କର ସମୟୋପଯୋଗୀ କାମ ଏବଂ ବିରଳ ସାହସିକତା ପାଇଁ ତାଙ୍କୁ ସମ୍ବର୍ଦ୍ଧିତ କରିଛି ବାଙ୍କୀର ମା ଚର୍ଚ୍ଚିକା ସାମ୍ବାଦିକ ସଂଘ .
କଟକ ଜିଲ୍ଲା କଳାପଥର ରେ ଆୟୋଜିତ ମା ଚର୍ଚ୍ଚିକା ସାମ୍ବାଦିକ ସଂଘର ଶାରଦୀୟ ବନ୍ଧୁମିଳନ କାର୍ଯ୍ୟକ୍ରମ ଅବସରରେ ମାନସ ଙ୍କୁ କରାଯାଇଛି ସମ୍ବର୍ଦ୍ଧିତ . ସଂଘର ସଭାପତି ଅରବିନ୍ଦ ହରିଚନ୍ଦନ , ସାଧାରଣ ସମ୍ପାଦକ ମନୋଜ କୁମାର ଦଳେଇ , ଆଇନଜୀବୀ ପ୍ରଦୀପ କୁମାର ପଟ୍ଟନାୟକଙ୍କ ଉପସ୍ଥିତିରେ ଉତ୍ତରୀୟ ମାନପତ୍ର ଏବଂ ଫୁଲତୋଡ଼ା ପ୍ରଦାନ କରାଯାଇ ମାନସ ଙ୍କ ସାହସିକତା ପାଇଁ ତାଙ୍କୁ ସମ୍ମାନୀତ କରାଯାଇଥିଲା . ସାମ୍ବାଦିକ ସଂଘର ମିଡ଼ିଆ ସେଲ ମୁଖ୍ୟ ସତ୍ୟବ୍ରତ ଦାଶ ଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ମାନସ କୁମାର ସାହୁ , ଶୁଭେନ୍ଦୁ ମହାପାତ୍ର , ଅନନ୍ତ ରଣା , ସୁବ୍ରତ କୁମାର ନାୟକ , ଅଶୋକ ରଣା , ଅନନ୍ତ ପଟ୍ଟନାୟକ , ପ୍ରତାପ ନାୟକ , ପ୍ରଶାନ୍ତ କର , ଗଙ୍ଗାଧର ସାହୁ , ପଦ୍ମନାଭ ମିଶ୍ର ପ୍ରମୂଖ ଉପସ୍ଥିତ ରହିଥିଲେ . କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ନୟାଗଡ ଏବଂ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସାମ୍ବାଦିକ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ରହି ଆଗାମୀ ଦିନରେ ପରସ୍ପର ସହିତ ଉତ୍ତମ ସମନ୍ୱୟ ରଖି କାମ କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ .

