Site icon Awaj Media

ଭୋଲେଶ୍ଵର ଙ୍କ ପୀଠରେ ଦୀପଦାନ ପୂର୍ବରୁ ଗ୍ରାମ ଓ ମନ୍ଦିର ପ୍ରାଙ୍ଗଣକୁ ସଫେଇ ସହିତ ପଲଥିନି ମୁକ୍ତ କରାଗଲା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ରାଉତପଡା ଗ୍ରାମରେ ନେହେରୁ ଯୁବ କେନ୍ଦ୍ର ତରଫରୁ ୧ ରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଏକ ମାସ ଧରି ଚାଲିଥିବା ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବା ପାଇଁ ବିଭିନ୍ନ କ୍ଲବ ର ଉତ୍ସାହ ଦେଖିବାକୁ ମିଳିଛି ।

ରାଉତପଡା ଗ୍ରାମ ସମ୍ପର୍କ ଯୁବ କ୍ଲବ୍ ର ପ୍ରାୟ ୨୫ ଜଣ ସଦସ୍ୟ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଗ୍ରାମର ଶେଷ ପ୍ରାନ୍ତ, ପ୍ରତ୍ୟେକ ଦିନ ଦୀପଦାନ କରାଯାଉଥିବା ଶ୍ରୀ ଶ୍ରୀ ଭୋଲେଶ୍ୱର ଙ୍କ ମନ୍ଦିର ସମ୍ମୁଖ ଓ ପ୍ରାଙ୍ଗଣ ସହିତ କ୍ଲବ ଘର ଚତୁଃପାର୍ଶ୍ଵ କୁ ସଂପୂର୍ଣ୍ଣ ସଫେଇ ସହିତ ଗ୍ରାମ କୁ ପଲଥିନି ମୁକ୍ତ କରି ସଫେଇ ସଚେତନତା ର ବାର୍ତ୍ତା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ନେହେରୁ ଯୁବକେନ୍ଦ୍ର ସଂଗଠନ ର ଗଣିଆ ବ୍ଲକ ଯୁବ ସ୍ଵେଚ୍ଛାସେବୀ ତୁଷାରା ମଲିକ , ଶୁଭାଶିଷ ମିଶ୍ର ଓ ପ୍ରିୟବ୍ରତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ପରିଶେଷରେ ଯୁବବର୍ଗଙ୍କୁ ପ୍ରେରଣା ଦେଇ ଏହି ଭଳି କାର୍ଯ୍ୟକ୍ରମ ଗଣିଆ ବ୍ଲକ ର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ ବୋଲି ସୂଚନା ପ୍ରଦାନ କରାଯାଇଥିଲ। .

Exit mobile version