Site icon Awaj Media

ଦୁର୍ନୀତି ଠାରୁ ସମସ୍ତେ ଦୂରରେ ରହିବା ଆମ ସମୟର ଆହ୍ୱାନ : କଥାକାର ସାରଦା ପ୍ରସନ୍ନ ମହାପାତ୍ର !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁର କଲେଜ ପ୍ରାଙ୍ଗଣରେ ଦୁର୍ନୀତି ନିରାକରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ଏହି ସଭାରେ ଅଧକ୍ଷ ସାରଦା ପ୍ରସନ୍ନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରାଧ୍ୟାପକ ବିଜୟ କୁମାର ପାତ୍ର, ପ୍ରାଧ୍ୟାପକ ଡକ୍ଟର ଅଲେଖ ଚନ୍ଦ୍ର ସାହୁ, ପ୍ରାଧ୍ୟାପିକା ପ୍ରଣତି ପଟ୍ଟନାୟକ, ଅଧ୍ୟାପିକା ଡକ୍ଟର ନମିତା ପଟ୍ଟନାୟକ, ଅଧ୍ୟାପକ ସଂଗ୍ରାମ କେଶରୀ ଜଗଦେବ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଉପସ୍ଥିତ ଥିଲେ । ସଭାକୁ ଅଧ୍ୟାପକ ପ୍ରଦୀପ୍ତ କୁମାର ବିଶ୍ୱାଳ ସଂଯୋଜନା କରିଥିବା ବେଳେ ବରିଷ୍ଠ କିରାଣୀ ଦୁଃଶାସନ ବେହେରା, ଜିତେନ୍ଦ୍ର ସାହୁ, ନିରଞ୍ଜନ ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ ।

Exit mobile version