Site icon Awaj Media

ଦଣ୍ଡୋର ଉ.ପ୍ରା.ବିଦ୍ୟାଳୟ ର ପରିଚାଳନା କମିଟି ଗଠନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ କୁରାଳ କ୍ଲଷ୍ଟର ଅଧୀନରେ ଥିବା ସରକାରୀ ଉନ୍ନୀତ ଉ.ପ୍ରା.ବିଦ୍ୟାଳୟ ଦଣ୍ଡୋର ରେ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇଯାଇଛି । ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରି ସମଗ୍ର ବ୍ଲକରେ ବେଶ୍ ସୁନାମ ଅର୍ଜନ କରିଥିବା ଏହି ବିଦ୍ୟାଳୟରେ ସମୁଦାୟ ୨୪୨ ଜଣ ଛାତ୍ରଛାତ୍ରୀ ପାଠ ପଢନ୍ତି।ସରକାରୀ ନିର୍ଦ୍ଦେଶ ମୁତାବକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିସେସ୍ ଲୋଟସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରାୟ ୧୬୭ ଜଣ ପିତାମାତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ସେମାନଙ୍କ ମଧ୍ୟରୁ ଉଭୟ ପୁରୁଷ ଓ ମହିଳାବର୍ଗରୁ ତଫସିଲଭୁକ୍ତ ଜାତି,ଜନଜାତି ଓ ସାଧାରଣଜାତିରୁ ଛଅଜଣ ଲେଖାଏଁ ମୋଟ୍ ବାରଜଣ ସଦସ୍ୟ ସଦସ୍ୟା ମନୋନୟନ ଭିତ୍ତିରେ ଚୟନ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ସଭାପତି ଏବଂ ଉପସଭାପତିଙ୍କୁ ମଧ୍ୟ ସର୍ବ ସମ୍ମତିକ୍ରମେ ଚୟନ କରା ଯାଇଥିଲା ।

କୈଳାସ ଚନ୍ଦ୍ର ନାୟକ, ଶାନ୍ତନୁ କୁମାର ବିଶୋୟୀ,ରାମଚନ୍ଦ୍ର ଆଲଟିଆ, ପ୍ରସନ୍ନ କୁମାର ରାଉତ, ପ୍ରଶାନ୍ତ କୁମାର ଦାଶ,ଯୁଗଳ କିଶୋର ସାହୁ, ଝୁନୁ ନାୟକ,ଅଶାନ୍ତି ବେହେରା, ପୁଷ୍ପାଞ୍ଜଳି ରାଉତ , ମାମାଲି ପ୍ରଧାନ,ଗାୟତ୍ରୀ ପଣ୍ଡା ଏବଂ ଜିଲୁ ପ୍ରଧାନ ପ୍ରମୁଖ କମିଟିର ସଭ୍ୟସଭ୍ୟାଭୁକ୍ତ ହେବା ପରେ ଶାନ୍ତନୁ କୁମାର ବିଶୋୟୀ ସଭାପତି ଓ ପୁଷ୍ପାଞ୍ଜଳି ରାଉତ ଉପସଭାପତି ଭାବେ ନିର୍ବାଚିତ ହୋଇଥିଲେ।ଏତଦବ୍ୟତୀତ ଉକ୍ତ କମିଟିରେ ପଞ୍ଚାୟତ ପ୍ରତିନିଧି ସ୍ୱରୂପ ୱ।ର୍ଡସଭ୍ୟା ମଞ୍ଜୁବାଳା ରାଉତ, ଅଙ୍ଗନବାଡ଼ି ଦିଦି ଭାଗ୍ୟଲତା ପାଣିଗ୍ରାହୀ ଓ ଆଶାଦିଦି ସସ୍ମିତା ରାଉତ ସର୍ବକାଳୀନ ସଭ୍ୟଭୁକ୍ତ ହୋଇଥିଲେ।ଉକ୍ତ ସଭାରେ ଶିକ୍ଷକ ଯଶୋବନ୍ତ ପଟ୍ଟନାୟକ ଉପସ୍ଥିତ ସମସ୍ତ ପିତାମାତାଙ୍କୁ ପରିଚାଳନା କମିଟି ଗଠନର ଲକ୍ଷ୍ୟ ଓ ଉଦ୍ଦେଶ୍ୟଗୁଡିକୁ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲାବେଳେ ଶିକ୍ଷକ ପ୍ରତିନିଧି ପବିତ୍ର ମୋହନ ସାହୁ କମିଟି ଗଠନର ନିୟମାବଳୀ ସମ୍ପର୍କରେ ଅବଗତ କରାଇଥିଲେ ।ସର୍ବଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରି ସମସ୍ତ ନୂତନ କର୍ମକର୍ତ୍ତାଙ୍କୁ ବିଦ୍ୟାଳୟ ତରଫରୁ ଅଭିନନ୍ଦନ ଜଣାଇ ସଭାସାଙ୍ଗ କରିଥିଲେ ।

Exit mobile version