Site icon Awaj Media

କଳାପଥର ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସମସ୍ୟା ସମ୍ପର୍କରେ ୟୁଥ ଫର ଆକ୍ସନ ତରଫରୁ ସାଂସଦଙ୍କ ଦୃଷ୍ଟି ଆକର୍ଷଣ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କଟକ ଜିଲ୍ଲା କଳାପଥର ଅଞ୍ଚଳର ବିଭିନ୍ନ ସମସ୍ୟା ବିଶେଷ କରି କଳାପଥର ସ୍ୱାସ୍ଥ୍ୟକେନ୍ଦ୍ରର ଅଭାବ ଅସୁବିଧା ସମ୍ପର୍କରେ ବାଙ୍କୀ ୟୁଥ ଫର ଆକ୍ସନ ତରଫରୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି . ବାଙ୍କୀ ୟୁଥଫର ଆକ୍ସନ ର ସଭାପତି ବିଶ୍ୱଜିତ ବିଶ୍ୱାଳ ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ ମହୋଦୟା ଙ୍କୁ ଭେଟି ବାଙ୍କୀ କଳାପଥର ସ୍ୱାସ୍ଥ୍ୟ କେନ୍ଦ୍ର ଉନ୍ନତି ଏବଂ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ବାଙ୍କୀ ନିର୍ବାଚନ ମଣ୍ଡଳୀ କଳାପଥର ଗ୍ରାମ ପଞ୍ଚାୟତ ମଧୁଆପଲ୍ଲୀ ଗ୍ରାମର ଜଣେ ଅସହାୟ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଅନୁରୋଧ କରିଛନ୍ତି . ବାଙ୍କୀ ର ବିଭିନ୍ନ ସମସ୍ୟା ଓ କଳାପଥର ସ୍ୱାସ୍ଥ୍ୟକେନ୍ଦ୍ର ଉନ୍ନତିକରଣ ପାଇଁ ୟୁଥ ଫର ଆକ୍ସନ ତରଫରୁ ଆରମ୍ଭ ହୋଇଥିବା ଏପରି ପ୍ରୟାସକୁ ସାଧାରଣରେ ସ୍ୱାଗତ କରାଯାଇଛି !

Exit mobile version