ନୟାଗଡ଼ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୟାଗଡ ଜିଲ୍ଲା ଖଣ୍ଡପଡ଼ା ଅଞ୍ଚଳରେ ଏବେ ଗୋଟିଏ ବିଷୟରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି . ରାଧା ପ୍ରେମରେ ବାଧା ପଡିବାରୁ କିଛି କର୍ମଚାରୀଙ୍କୁ କରାଗଲା ବଦଳି । ଖଣ୍ଡପଡ଼ା ର ପାନ ଦୋକାନ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ମହଲ ପର୍ଯ୍ୟନ୍ତ ସବୁଠାରେ ଏହା ଚର୍ଚ୍ଚାର ବିଷୟ । ଖବର ର ହେଡ ଲାଇନ ଟି ବହୁ କୈାତୁହଳପୂର୍ଣ୍ଣ ହୋଇଥିବା ବେଳେ , ଷ୍ଟୋରୀ ମଧ୍ୟ ସେମିତି ଜମାଣିଆ . ଲୋକଙ୍କ ଆଲୋଚନାରୁ ବେଶୀ କିଛି କଥା ବୁଝି ହେଉନଥାଏ , ତେବେ ଭିତିରି କଥା ବୁଝିବାରେ କାହାଣୀ ଟି ସଂପୂର୍ଣ୍ଣ ନିଆରା . କେହି କ୍ୟାମେରା ସମ୍ମୁଖରେ କିଛି କହୁ ନଥିବା ବେଳେ , ପ୍ରଛଦପଟ୍ଟରେ ବହୁ ସଙ୍ଗିନ ଅଭିଯୋଗ ସମ୍ପର୍କରେ ଆଲୋଚନା ହେଉଛି । କଥାରେ ଅଛି ସ୍ୱର୍ଗ କୁ ସିଡ଼ି ନାହିଁ , କି ବଡ ଲୋକଙ୍କୁ ଉତ୍ତର ନାହିଁ । ଏହି ନ୍ୟାୟରେ ଆକ୍ରୋଶର ଶୀକାର ହୋଇ ବଦଳି ହୋଇଥିବା କର୍ମଚାରୀ ଚୁପ ଅଛନ୍ତି ତେବେ ଗୁମର ଏବଂ ଅଭିଯୋଗ ଯଦି ସତ ହୋଇଥାଏ ତେବେ ବହୁ ସାଙ୍ଘାତିକ । ସାରା ଖଣ୍ଡପଡ଼ା ଅଞ୍ଚଳରେ ସ୍ପଷ୍ଟ ଆଲୋଚନା ହେଉଥିବାର ଶୁଣିବାକୁ ମିଳୁଛି କି , ଥାନା ଅଞ୍ଚଳରେ ଚାଲିଥିବା ସମସ୍ତ ପଛଦ୍ୱାର କାରବାର ପାଇଁ ପ୍ରତ୍ୟେକ ମାସରେ ଥାନାକୁ କୋଟା ଦେବାକୁ ପଡ଼ିଥାଏ !! ଏମିତିକି ଅଞ୍ଚଳରେ ଥିବା ଖଣି ଖାଦାନ ରୁ ହଜାର ହଜାର ଟଙ୍କା ବଟି ଆଦାୟ କରାଯାଉଛି . ଦିନେ ତାରିଖ ଗଡ଼ିଗଲେ ବେପାର ବନ୍ଦ . କିନ୍ତୁ ଅସଲ କଥାଟି ହେଲା ଦଶହରା ଚାନ୍ଦା ଆଦାୟ କରିବା ପାଇଁ ବାବୁ ଷ୍ଟାଫ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶକୁ କିଛି ଷ୍ଟାପ ଅସହଯୋଗ କରିଥିବାରୁ ସେମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । କିଛି ଷ୍ଟାଫ ଚାନ୍ଦା ଆଦାୟ କରିବାକୁ ସିଧାସଳଖ ମନା କରିଥିବାରୁ ସେମାନଙ୍କୁ ବଦଳି କରାଯାଇଛି . ଏହି ବିଷୟ ଖଣ୍ଡପଡ଼ା ଅଞ୍ଚଳରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ଆଲୋଚନା ର ଶୀର୍ଷକରେ ଥିବା ନାମ ଟି କିଏ ? କାହା ଇଙ୍ଗିତ କାର୍ଯ୍ୟ କରୁଛନ୍ତି ଥାନା ବାବୁ ? ଏହି ଆଲୋଚନା ର ସତ୍ୟାସତ୍ୟ ତଦନ୍ତ କରି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଉପଯୁକ୍ତ କାର୍ଯ୍ୟାନୁଷ୍ଠ ଗ୍ରହଣ କରିବେକି ?
ରାଧା ପ୍ରେମରେ ବାଧା ହେବାରୁ କର୍ମଚାରୀଙ୍କୁ ଆକ୍ରୋଶମୂଳକ ଭାବରେ ବଦଳି !!!

