Site icon Awaj Media

ଉତ୍କଳ ବିକାଶ ପରିଷଦର ଅଭିଯୋଗ ପରେ କନ୍ଦରପୁର ଓ ନୂଆବଜାର ଓଭର ବ୍ରିଜ୍ କାର୍ଯ୍ୟକାରିତା ନେଇ ରେଳ ବିଭାଗ ପକ୍ଷରୁ ଚିଠି ।

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ କଟକ ସଦର କନ୍ଦରପୁର ଓ ନୂଆବଜାର ରେଳବାଇ ଓଭରବ୍ରିଜ୍ ନେଇ ଲିଖିତ ଅଭିଯୋଗ ପତ୍ର ପ୍ରଦାନ ସହ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଜାତୀୟ ରାଜପଥ ବିଭାଗ ସଂପୂର୍ଣ୍ଣ ପ୍ରୋଜେକ୍ଟ ରିପୋର୍ଟ ରେଳବାଇ ବିଭାଗକୁ ପ୍ରଦାନ ସଂପର୍କରେ ଏବଂ ପୂର୍ବତନ ରେଳପଥ ବିଭାଗ ପକ୍ଷରୁ ଏହାର କାର୍ଯ୍ୟକାରିତା ଉପରେ ଏକ ଚିଠି ପତ୍ରସଂଖ୍ୟା ୫୬୫୮/ ୨୦୨୧ରେ ଭାରତୀୟ ଡାକ ମାଧ୍ୟମରେ ଉତ୍କଳ ବିକାଶ ପରିଷଦକୁ ପ୍ରଦାନ କରାଯାଇଛି . ଯାହାକି ସ୍ପଷ୍ଟ ଅନୁମେୟ ପୋଲ କାମ ଆରମ୍ଭ ହେବା ସହ ଯାତାୟାତ ସମସ୍ୟାର ସମାଧାନ ହୋଇପାରିବ ଏବଂ ଏହା ପରିଷଦ ପକ୍ଷରୁ ଏକ ଅଭୂତପୂର୍ବ ସଫଳତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ରେଳ ବିଭାଗକୁ କୃତଜ୍ଞତା ଜଣାଇବା ସହ ଜନସାଧାରଣଙ୍କ ସହଯୋଗ , ଗଣମାଧ୍ୟମର ଖବର ପ୍ରସାରଣ ସ୍ୱତନ୍ତ୍ରତାକୁ ଭୂୟସୀ ପ୍ରଶଂସା କରିଛନ୍ତି ।

Exit mobile version