ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଗତ କିଛି ସପ୍ତାହ ଧରି ଖୋର୍ଦ୍ଧାର ବିଭିନ୍ନ ଅଞ୍ଚଳରେ ହାତୀ ଉତ୍ପାତ ଜନିତ ଖବର ସାମନାକୁ ଆସୁଥିବା ସମୟରେ ପୁଣି ଜଣଙ୍କୁ ଚକଟି ଦେଲା ହାତୀ . ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ରମ୍ଭାବିଲ ଗ୍ରାମର ଶରତ ଜେନା ସନ୍ଧ୍ୟା ସମୟରେ ଘରକୁ ଫେରୁଥିବା ସମୟରେ ବଣୁଆ ଜଙ୍ଗଲୀ ହାତୀ ହାବୁଡ଼ରେ ପଡି ଯାଇଥିଲେ । ହାତୀ ତାଙ୍କର ମୁହଁକୁ ପାଦରେ ଚକଟି ଦେବାରୁ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ ଶରତ । ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ହାତରେ ଲାଇଟ, ଠେଙ୍ଗା ଓ ବାଡ଼ି ଧରି ଘଟଣା ସ୍ଥଳରେ ପହଞ୍ଚିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ଜଙ୍କିଆ ଥାନା ପୋଲିସ ଓ ଟାଙ୍ଗୀ ବନାଞ୍ଚଳ କର୍ମଚାରୀ ପହଞ୍ଚି କ୍ଷତିପୂରଣ ପାଇଁ ପ୍ରତିଶୃତି ଦେବା ପରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିଲା ।
ପୁଣି ଜଣଙ୍କୁ ଚକଟି ଦେଲା ହାତୀ !!!

