Site icon Awaj Media

ଜାମିନ ରେ ଆସିବା ପରେ ପ୍ରଥମ ଥର ନିର୍ବାଚନ ମଣ୍ଡଳୀ ଗସ୍ତ କଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ !!!

Spread the love

ବିରାଟ ବାଇକ ଶୋଭାଯାତ୍ରା କରି ବାଣପୁର ମା ଭଗବତୀଙ୍କୁ ଦର୍ଶନ କଲେ

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିଜେପି କର୍ମୀଙ୍କୁ ମାଡ ମାରି ଅଡୁଆରେ ପଡିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ . ଥାନାରେ ଏତଲା ଏବଂ ଦଳୀୟ କାର୍ଯ୍ୟାନୁଷ୍ଠାନ ପରେ ଜାମିନ ପାଇଁ ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଥିଲେ , ହେଲେ ମିଳି ନଥିଲା ଆଗୁଆକୁ ଜାମିନ . ତଳକୋର୍ଟରେ ଆତ୍ମ ସମର୍ପଣ କରିବା ପରେ ବିଚାର ବିଭାଗୀୟ ହାଜତ କୁ ଯାଇଥିଲେ . ତେବେ ଜାମିନ ରେ ଆସିବା ପରେ ପ୍ରଥମ ଥର ଚିଲିକା ନିର୍ବାଚନ ମଣ୍ଡଳୀ ଗସ୍ତ କରି ବାଲୁଗାଁ ରୁ ଏକ ବିରାଟ ବାଇକ ରାଲି ରେ ଯାଇ ବାଣପୁର ମା ଭାଗବତୀଙ୍କୁ ଦର୍ଶନ କରିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ . ସର୍ତ୍ତ ମୂଳକ ଜାମିନରେ ଆସିବା ପରେ ପ୍ରଥମ ଥର ପାଇଁ ଆଜି ଚିଲିକା ନିର୍ବାଚନ ମଣ୍ଡଳୀ ଗସ୍ତ ସମୟରେ ଶୁଭେଚ୍ଛୁ ଓ ସମର୍ଥକ ମାନେ ତାଙ୍କୁ ଜୋରଦାର ସ୍ୱାଗତ କରିଥିଲେ . ଆୟୋଜିତ ସଭାରେ ଯୋଗଦେଇ ତାଙ୍କ ଅଭିଭାଷଣରେ କହିଛନ୍ତି , ଗତ ଦୁଇ ମାସ ହେଲା ଚିଲିକା ମାଟିର ବିକାଶ ଧାରାରେ ରୋକ ଲାଗିଥିଲା – ପୁଣି ବିକାଶ ଧାରା ର ଆରମ୍ଭ ମା ଭାଗବତୀ ଠାରୁ ଆରମ୍ଭ ହେଲା । ଦଳ ମୋତେ ନିଲମ୍ବିତ କରିଛି । କିନ୍ତୁ ମୁଁ ଦଳ ଛାଡିନି ମୁଁ ସଦା ସର୍ବଦା ବିଜୁ ଜନତା ଦଳ ପାଇଁ କାମ କରିଚାଲିଥିବି ବୋଲି ବିଧାୟକ ମତ ରଖିଛନ୍ତି ।

Exit mobile version