Site icon Awaj Media

ସାର କଳା ବଜାରୀ ଅଭିଯୋଗ ସତ୍ତ୍ୱେ ବିଭାଗୀୟ ଅଧିକାରୀ ଙ୍କ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା କାହିଁକି ?

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ରେ ସାରର କଳା ବଜାରୀ ହେଉଥିବା ଅଭିଯୋଗ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବିଭାଗୀୟ ଅଧିକାରୀ ।ସାର ବସ୍ତାର ଏମ୍.ଆର.ପି ଠାରୁ ଅଧିକା ଟଙ୍କା ନେଉଥିବା ସତ୍ତ୍ୱେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ଭୟ କରୁଛନ୍ତି କାହିଁକି ବୋଲି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଜିଲ୍ଲାରେ ସମବାୟ ସମିତି ଜରିଆରେ ଚାଷୀଙ୍କୁ ସାର ଓ ବିହନ ସରକାର ରିହାତି ଦରରେ ଯୋଗଉଥିବା ବେଳେ ଚାଷୀଙ୍କୁ ସାର ଠିକ ସମୟରେ ନ ପାଇବା ଓ ଚାଷୀଙ୍କ ଠାରୁ ଅଧିକା ବସ୍ତା ପିଛା ଟଙ୍କା ନେଉଥିବାର ଅଭିଯୋଗ ହେଉଛି । ତୃଣମୂଳ ସ୍ତରରେ ଏହାର ନିରପେକ୍ଷ ତଦନ୍ତ କଲେ ଚାଷୀ କୂଳ ଉପକୃତ ହୋଇପାରିବା ସଙ୍ଗେ ସଙ୍ଗେ କଳା ବଜାରୀ ରୋକାଯାଇ ପାରିବ ବୋଲି ଚାଷୀ କୁଳ ଆଶା ବ୍ୟକ୍ତ କରିଛନ୍ତି ।

Exit mobile version