Site icon Awaj Media

ବାଙ୍କୀ ବିଜେପି ତରଫରୁ ବ୍ଲକ ଘେରାଉ : ମୁଖ୍ୟମନ୍ତ୍ରୀ ଓ ଦୁଇ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତ ଓଡିଶା ସରକାରଙ୍କ ଦୁଇ ମନ୍ତ୍ରୀଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ସହିତ ଗିରଫ ଓ ଏହାର ସିବିଆଇ ତଦନ୍ତ ଦାବିରେ ଓଡ଼ିଶାର ୩୧୪ ଟି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଆଜି ଜାରି ରହିଥିବା ବେଳେ , ଏହାର ପ୍ରଭାବ ମଧ୍ୟ ଆଜି ବାଙ୍କୀରେ ଦେଖୁବାକୁ ମିଳିଛି . ବିଜେପି ପକ୍ଷରୁ ଗୋଟିଏ ସଂକଳ୍ପ ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ! ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିବ ସେ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଙ୍କ ସମେତ ଗୃହ ରାଷ୍ଟ୍ରମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କୁ ବିଜେପି କଲା ସାମାଜିକ ବାସନ୍ଦ . ଯେ ପର୍ଯ୍ୟନ୍ତ ମମିତା ମେହେରଙ୍କୁ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ୩୧୪ ଟି ବ୍ଲକ ରେ ଏହାର ଘୋର ବିରୋଧ କରାଯିଵା ସହିତ ଗୋବର ମାଡ଼ ଆଉ ଅଣ୍ଡା ମାଡ଼ କରାଯିବ ବୋଲି ବିଜେପି ପକ୍ଷରୁ କଡା ଚେତାବନୀ . ଏହି ଦାବିରେ ଆଜି ରାଜ୍ୟ ବିଜେପି ଡାକରାରେ ବିଜେପି ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କ ନେତୃତ୍ୱରେ ପାର୍ଟି କାର୍ଯ୍ୟାଳୟ ଠାରୁ ଏକ ବିଶାଳ ରାଲି ବାଙ୍କୀ ସହର ପରିକ୍ରମା କରି ବାଙ୍କୀର ଦୁଇଟି ବ୍ଲକ ସମ୍ମୁଖରେ ବିକ୍ଷୋଭ କରାଯାଇଛି .ଏହା ସହିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ , ଗୃହରାଷ୍ଟ୍ର ମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ମଧ୍ୟ ଦାହ କରାଯାଛି . ମମିତା ମେହେରଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଏମାନଙ୍କୁ ସାମାଜିକ ବାସନ୍ଦ କରାଯିଵା ସହିତ ଘୋର ବିରୋଧ କରାଯିବ ବୋଲି ବିଜେପି ପକ୍ଷରୁ ବୋଲି ଦିଆଯାଇଛି ସିଧାସଳଖ ଚେତାବନୀ ! ଆଇନଶୃଙ୍ଖଳା ପରିସ୍ଥିତି କୁ ଆଖିଆଗରେ ରଖି ବାଙ୍କୀ ପ୍ରଶାସନ ତରଫରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।

Exit mobile version