Site icon Awaj Media

କୂଅରେ ପଡି ଶିଶୁ ପୁତ୍ର ମୃତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଅଲାଇଡିହ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଖେଳୁଥିବା ଅବସ୍ଥାରେ କୂଅରେ ପଡି ପ୍ରାଣ ହରାଇଛନ୍ତି ଜଣେ ଶିଶୁ ପୁତ୍ର । ହସ୍ତଗତ ତଥ୍ୟ ମୁତାବକ ଅଲାଇଡିହ ଗ୍ରାମର ଶିବ ଶଙ୍କର କୁମାରଙ୍କ ଅଢେଇ ବର୍ଷର ପୁତ୍ର ସୂର୍ଯ୍ୟ କୁମାର ଘର ପାଖରେ ଖେଳୁଥିବା ବେଳେ ଅସାବଧାନତା ବଶତଃ ବାରିରେ ଥିବା କୂଅରେ ଗଳି ପଡ଼ିଥିଲେ। ଏହାଦେଖି ସଙ୍ଗେସଙ୍ଗେ ପରିବାର ବର୍ଗ ବାଲୁଗାଁ ଅଗ୍ନିଶମ ବାହିନୀକୁ ଖବର ଦେବାରୁ ଅଗ୍ନିଶମ ଅଧିକାରୀ ନିତ୍ୟାନନ୍ଦ ଜେନାଙ୍କ ନେତୃତ୍ୱରେ ଏକ ଟିମ ଦୀର୍ଘ ସମୟ ଧରି ଅକ୍ଲାନ୍ତ ପରିଶ୍ରମ କରି ୪୦ ଫୁଟ ଗଭୀର କୂଅରୁ ଶିଶୁକୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Exit mobile version