Site icon Awaj Media

ପାନୀୟ ଜଳ ପାଇବାରୁ ବଞ୍ଚିତ ପଦ୍ମାବତୀ ବାସିନ୍ଦା !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ଜନସାଧାରଣ ଙ୍କୁ ସୁଦ୍ଧା ପାନୀୟ ଜଳ ଯୋଗାଇବା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ଖମା ଖିଆଲି ନୀତି କାରଣରୁ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି । କେଉଁଠି ପ୍ରକଳ୍ପ ଆରମ୍ବ ହୋଇ ନାହିଁ , ତ ଆଉ କେଉଁଠି ପ୍ରକଳ୍ପ ଥାଇ ମଧ୍ୟ ତାହା ଅଚଳ ହୋଇ ପଡିଛି । ଭାପୁର ବ୍କକ ଅନ୍ତର୍ଗତ ପଦ୍ମାବତୀ ଗ୍ରାମରେ ୨୦୧୭ ମସିହାରେ ମା “ତାରେଣୀ ମନ୍ଦିର ନିକଟରେ ଥିବା ରାସ୍ତା କଡରେ ନଳକୂପ ସ°ଯୁକ୍ତ ଏକ ସୈ।ର ଚାଳିତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଥିଲା । ଏହି ପ୍ରକଳ୍ପ ଦ୍ୱାରା ଗ୍ରାମର ପ୍ରାୟ ୮୦ ଭାଗ ଜନସାଧାରଣ ପାନୀୟ ଜଳ ପାଇ ଉପକୃତ ହେଉଥିଲେ । ହେଲେ ଦୁର୍ଭାଗ୍ୟ ବଶତଃ ଏହି ସୋଲାର ପ୍ରକଳ୍ପ ଗତ ଏକ ବର୍ଷ ହେଲା ଅଚଳ ହୋଇ ପଡି ରହିଛି । ଏହି ଅସୁବିଧାକୁ ଗ୍ରାମବାସୀ ମାନେ ବିଭିନ୍ନ ଲୋକ ପ୍ରତିନିଧି ଓ ବ୍କକ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରିନାହିଁ । ଘଟଣା ସମ୍ପର୍କରେ ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ କୈଣସି କାର୍ଯ୍ୟନୁଷ୍ଠାନ ହୋଇନାହିଁ । ପଦ୍ମାବତୀ ଗ୍ରାମର ଦୀପକ ବେହେରା ,ସର୍ବେଶ୍ୱର ସାହୁ ,ଶ୍ରୀକାନ୍ତ ମହାପାତ୍ର ପ୍ରଶନ୍ନ କୁମାର ବେହେରା ,ସୁଧାକର ସାହୁ , ପ୍ରମୋଦ କୁମାର ବେହେରା ଓ ଅନେକ ଗ୍ରାମବାସୀ ବ୍କକ କର୍ତ୍ତୃପକ୍ଷଙ୍କୁ ଏହି ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ସଜାଡିବାକୁ ଦାବିପତ୍ର ଦେଇଛନ୍ତି ।ଏ ବିଷୟରେ ଭାପୁର ଜଳଯୋଗାଣ ଅଧିକାରୀ ଙ୍କୁ ପଚାରିଲେ ସେ କହିଛନ୍ତି , ଏହି ପ୍ରକଳ୍ପ ବର୍ତ୍ତମାନ ପଞ୍ଚାୟତର କାମ ପଦ୍ମାବତୀ ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରତିନିଧି ଶ୍ରୀକାନ୍ତ କୁମାର ସାହୁ କହିଛନ୍ତି ପଞ୍ଚାୟତରୁ ଟଙ୍କା ଦିଆଯିବ ହେଲେ କାମ କରିବା ପାଇଁ କିନ୍ତୁ ଏହି ସୈ।ଲାର ପ୍ରକଳ୍ପ ପାଇଁ ମେକାନିକ କେଉଁଠୁ ଆଣିବି । ବିଭାଗୀୟ ଜେଇ ସ୍ୱାଧିନ କୁମାର ପାଣିଗ୍ରାହୀ ସରପଞ୍ଚଙ୍କ ସହ କଥା ହୋଇଛନ୍ତି ଏକ ସପ୍ତାହ ମଧ୍ୟରେ କାମ ହୋଇଯିବ ବୋଲି ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ତୁରନ୍ତ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ନ ହେଲେ ଆନ୍ଦୋଳନ କରିବେ ବୋଲି ଗ୍ରାମବାସୀ ମାନେ କହିଛନ୍ତି ।

Exit mobile version