କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବ୍ଲକ କଂଗ୍ରେସ କମିଟି ତରଫରୁ କଳାହାଣ୍ଡି ଜିଲ୍ଲାର ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ଅତି ନିର୍ମମ ଭାବରେ ଦୁଷ୍କର୍ମ କରି ହତ୍ୟା କରାଯିବା ଘଟଣାକୁ ନେଇ କଟକ କନ୍ଦରପୁର ବଜାରରେ ବିକ୍ଷୋଭ ଓ ବନ୍ଦ ପାଳନ କରାଯାଇ ଗୃହ ରାଷ୍ଟ୍ରମନ୍ତ୍ରୀ ଙ୍କ ଇସ୍ତଫା ଏବଂ ଗିରଫ ଦାବି କରାଯାଇଛି । କଟକ ସଦର ବ୍ଲକ କଂଗ୍ରେସର ସଭାପତି ପ୍ରତାପ ମଲ୍ଲିକଙ୍କ ନେତୃତ୍ୱରେ କଂଗ୍ରେସ ବହୁ ବରିଷ୍ଟ ନେତାଙ୍କ ସହ କଟକ ଜିଲ୍ଲା କଂଗ୍ରେସର ଉପ ସଭାପତି ମାନସ ରଞ୍ଜନ ପ୍ରଧାନ, ନାରୀ ନେତ୍ରୀ ନଳିନୀ ପ୍ରଭା ଉଦଗାତା, ଉଗ୍ରସେନ ଭୂଇଁୟା, ନିରଞ୍ଜନ ଲେଙ୍କା, ଶିବ ପ୍ରସାଦ ସାହୁ, ନାଲୁ ବାବୁ, ରସିଦ ମହମ୍ମଦ, ସୀତାକାନ୍ତ ପଣ୍ଡା, ରଞ୍ଜନ ଭୋଇ, ଦିଲ୍ଲୀପ ବାରିକ, ରାଜେଶ ହାତୀ, କାଳନ୍ଦୀ ସାହୁ, ପରମା ନନ୍ଦ ରାଉତ ପ୍ରମୁଖ ବହୁ କଂଗ୍ରେସ ନେତା ଉପସ୍ଥିତ ରହି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ ଜଣାଇଥିଲେ ।
ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ କଟକ ସଦର ବ୍ଲକ କଂଗ୍ରେସ କମିଟି ତରଫରୁ କନ୍ଦରପୁରରେ ପ୍ରତିବାଦ ଓ ବନ୍ଦ ପାଳନ ।

