Site icon Awaj Media

ବାଣପୁର ଅଞ୍ଚଳରେ ପରିବା ଦର ଆକାଶଛୁଆଁ : ଚିନ୍ତାରେ ଖାଉଟି !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଧର୍ମମାସ କାର୍ତ୍ତିକ ରେ ଅଧିକାଂଶ ଲୋକ ଆମିଷ ଖାଦ୍ୟ ବର୍ଜନ କରି ନିରାମିଷ ଖାଦ୍ୟ ଖାଇଥାନ୍ତି ମାତ୍ର ଏହି ମାସରେ ପରିବାର ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁଁ ସାଧାରଣ ଜନତା ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି . ବାଣପୁର ଅଞ୍ଚଳରେ ବିଭିନ୍ନ ପରିବା ମଧ୍ୟରେ ବାଇଗଣ କିଲୋ ପ୍ରତି ୪୦ଟଙ୍କା, ଟମାଟ ୭୦ଟଙ୍କା, ବିନସ୍ ୧୦୦ଟଙ୍କା, କଲରା ୬୦ଟଙ୍କା, ଝୁଡୁଙ୍ଗ ୮୦ଟଙ୍କା, ପୋଟୋଳ ୬୦ଟଙ୍କା, ଜହ୍ନି ୭୦ଟଙ୍କା, ପତ୍ରକୋବି ୪୦ଟଙ୍କା, ଫୁଲ କୋବି ୮୦ଟଙ୍କା, କଞ୍ଚା ଲଙ୍କା ୧୦୦ଟଙ୍କାରେ ବିକ୍ରି ହେଉଛି . ଏ ଅଞ୍ଚଳରେ ପନିପରିବା ଚାଷ ହେଉ ନଥିବା ବେଳେ ନିକଟସ୍ଥ ଗଞ୍ଜାମ, ନୟାଗଡ଼ ଜିଲ୍ଲା ଉପରେ ନିର୍ଭର କରନ୍ତି । ମାତ୍ର ଚଳିତ ବର୍ଷ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ଚାରିଆଡ଼େ ପନିପରିବା ଚାଷ ବିଶେଷ ଭାବେ ପ୍ରଭାବିତ ହୋଇଛି । ଯାହା ଫଳରେ ବାହାରୁ ଆସୁଥିବା ପନିପରିବା ଦର ଉଚ୍ଚା ରହୁଥିବା ନେଇ ସ୍ଥାନୀୟ ପରିବା ବ୍ୟବସାୟୀ ମାନେ କହୁଛନ୍ତି । ଅତ୍ୟାଧିକ ଦର ବୃଦ୍ଧି ଯୋଗୁଁ ଭାତ ଥାଳିରୁ ଗରିବ ଲୋକଙ୍କ ପୁଷ୍ଟିକର ଖାଦ୍ୟ କୁହାଯାଇଥିବା ଡାଲି ଉଭାନ ହୋଇଥିବା ବେଳେ ବର୍ତ୍ତମାନ ପନି ପରିବା ର ଆକାଶଛୁଆଁ ଦର ବୃଦ୍ଧି ଯୋଗୁଁ ଆବଶ୍ୟକ ମୁତାବକ ପରିବା କିଣିବା ଅସମ୍ଭବ ହୋଇପଡିଛି ।।

Exit mobile version