Site icon Awaj Media

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଆନନ୍ଦ ଚନ୍ଦ୍ର ମହାନ୍ତିଙ୍କ ଶ୍ରାଦ୍ଧ ଉତ୍ସବ ପାଳନ ନେଇ ପ୍ରସ୍ତୁତି ।

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ମୌଜା ଉପକଣ୍ଠ ଅଗ୍ରଣୀ ସାମାଜିକ ସଙ୍ଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଗାନ୍ଧିବାଦୀ ତଥା ଚିତ୍ରଶିଳ୍ପୀ ସ୍ୱର୍ଗତ ଆନନ୍ଦ ଚନ୍ଦ୍ର ମହାନ୍ତିଙ୍କ ଆଠ ତମ ଶ୍ରାଦ୍ଧ ବାର୍ଷିକ ଏବଂ ପ୍ରବାଦ ପୁରୁଷ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତବଙ୍କ ୧୨୩ ତମ ଜନ୍ମ ଜୟନ୍ତୀ ଉତ୍ସବ ପ୍ରତିଷ୍ଠାନର ପଟଣା କାର୍ଯ୍ୟାଳୟରେ ଚଳିତ ନଭେମ୍ବର ମାସ ୨୧ ତାରିଖ ରବିବାର ଦିନ ଅପରାହ୍ନ ୫ ଘଟିକା ସମୟରେ ପାଳନ ନେଇ ସ୍ଥିର କରାଯାଇଛି । ପ୍ରତିଷ୍ଠାନର ପରିଚାଳନା କମିଟି ପକ୍ଷରୁ ଉତ୍ସବରେ ସମସ୍ତଙ୍କ ଉପସ୍ଥିତି ନେଇ ନିବେଦନ କରାଯାଇଛି ।

Exit mobile version