Site icon Awaj Media

ବଜ୍ରକାପ୍ତା ଚାଲାଣ ସମୟରେ ତିନି ଗିରଫ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବଜ୍ରକାପ୍ତା ଚୋରା ଚାଲାଣ ସମୟରେ ମାଡି ବସିଲା ବନବିଭାଗ . କଟକ ରୁ ବଜ୍ରକାପ୍ତା ଚୋରା ଚାଲାଣ କରୁଥିବା ବ୍ୟକ୍ତିଙ୍କୁ ବନ ବିଭାଗ ଗିରଫ କରିବା ସହିତ ବଜ୍ରକାପ୍ତା ଉଦ୍ଧାର ହୋଇଥିବାର ଜଣାଯାଇଛି . ସୂଚନା ଅନୁସାରେ କଳାପଥର ନିକଟସ୍ଥ ଖଜୁରୀପଦା ଗ୍ରାମ ପାଖରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଲୋକଙ୍କୁ ଦେଖି ସ୍ଥାନୀୟ ଗ୍ରାମବାସୀ ଅଟକାଇବା ପରେ ସେମାନେ ବଜ୍ରକାପ୍ତା ଚାଲାଣ କରୁଥିବାର ଜଣା ପଡିଥିଲା . ତେବେ ଘଟଣା ସମ୍ପର୍କରେ ଖବର ପାଇ ଖୋର୍ଦ୍ଧା ବନ ବିଭାଗ ଅଧିକାରୀ ତୁରନ୍ତ ପହଞ୍ଚି ସମ୍ପୃକ୍ତ ଲୋକଙ୍କୁ କାବୁ କରି ନେଇଥିଲେ . ତେବେ ଗିରଫ ବ୍ୟକ୍ତିମାନେ ଏକ ରାକେଟ ର ଅଂଶ ବିଶେଷ ହୋଇଥିବାରୁ ଏବଂ ତଦନ୍ତ ଚାଲିଥିବାରୁ ସବିଶେଷ ତଥ୍ୟ ଦେବା ପାଇଁ ମନା କରିଛନ୍ତି ବନ ବିଭାଗର ଅଧିକାରୀ .

Exit mobile version