Site icon Awaj Media

ବାର୍ଡ଼ ଫ୍ଲୁ ରୋକିବା ପାଇଁ ଲାଗି ଚିଲିକାରେ କେନ୍ଦ୍ରୀୟ ବିଶେଷଜ୍ଞ ଦଳ !!

Spread the love

!!! ଆଗୁଆ ପଦକ୍ଷେପ ସ୍ୱରୂପ ବିଭିନ୍ନ ପକ୍ଷୀମାନଙ୍କ ନମୁନା ସଂଗ୍ରହ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାର୍ଡ଼ ଫ୍ଲୁ କୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଆଗୁଆ ପଦକ୍ଷେପ . ଏକ କେନ୍ଦ୍ରୀୟ ବିଶେଷଜ୍ଞ ଦଳ ଦୁଇ ଦିନିଆ ଚିଲିକା ଗସ୍ତରେ ଆସି ବିଭିନ୍ନ ପକ୍ଷୀମାନଙ୍କ ନମୁନା ସଂଗ୍ରହ କରିଛନ୍ତି । ଉକ୍ତ ଟିମରେ ଭୋପାଳ ସ୍ଥିତ ଏଚ.ଏସ.ଏ.ଡ଼ି.ଏଲ ର ବୈଜ୍ଞାନିକ ଡ଼ା ଚକ୍ରଧର ତୋଷ, କଟକ ସ୍ଥିତ ଏ.ଡ଼ି.ଆର.ଆଇ ର ବୈଜ୍ଞାନିକ ଡ଼ା ଜ୍ୟୋତି ମିଶ୍ର, ବାଲୁଗାଁ ଅତିରିକ୍ତ ପ୍ରାଣୀଧନ ଅଧିକାରିଣୀ ଡ଼ା ସମାପିକା ମହାପାତ୍ର ଏବଂ ଚିଲିକା ବ୍ଲକ ପ୍ରାଣୀଧନ ବିଶେଷଜ୍ଞ ଡ଼ା ଦେବାଶିଷ ଦାସ ଆଦି ସାମିଲ ଥିଲେ । ତେବେ ଆଜି ପ୍ରଥମ ଦିନରେ ଉକ୍ତ ଟିମ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅଧିକାରୀଣି ଆଇଏଫଏସ ଜ୍ୟୋତି କୋଟାଲଙ୍କ ଉପସ୍ଥିତିରେ ନଳବଣ ଅଞ୍ଚଳରୁ ୬୯ ଗୋଟି ବିଭିନ୍ନ ପ୍ରଜାତିର ପକ୍ଷୀ ମାନଙ୍କ ନମୁନା ସଂଗ୍ରହ କରିଥିଲେ । ସେହିପରି ଭାବେ ଚିଲିକା ତଟବର୍ତ୍ତୀ ଅଞ୍ଚଳରୁ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ୧୬୦ ଗୋଟି ପକ୍ଷୀମାନଙ୍କ ନାସିକାରୁ ନମୁନା ସଂଗ୍ରହ କରାଯାଇଥିଲା । ତେବେ ଉକ୍ତ କାର୍ଯ୍ୟକ୍ରମଟି ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡ଼ା ଆଶିଷ କୁମାର ଶତପଥୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବାବେଳେ ଉକ୍ତ ଟିମ ଆସନ୍ତାକାଲି ଟାଙ୍ଗୀ, ମଙ୍ଗଳାଯୋଡି ଯାଇ ସେଠାରୁ ବିଭିନ୍ନ ପକ୍ଷୀଙ୍କ ନମୁନା ସଂଗ୍ରହ କରିବେ ବୋଲି ସୂଚନା ମିଳିଛି ।

Exit mobile version