ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଉପଖଣ୍ଡ ଡମପଡା ବ୍ଳକ ଅନ୍ତର୍ଗତ ଦୁଲଣାପୁର ଗ୍ରାମର ସ୍ନେହୀ , ଧର୍ମପରାୟଣ ମହିଳା ସ୍ୱର୍ଗତା ଖତି ବେୱ। ଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକରେ ସ୍ମୃତି ଚାରଣ ସଭା ଦୁଲଣାପୁର ଗ୍ରାମ ବଡ଼ ଭଗବତ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ଜୟଶ୍ରୀରାମ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ସବିତା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲୋ । ବିଜୟ ସାହୁ, କବିତା ସାହୁ, ରଞ୍ଜୁ ସାହୁ, ହେମଲତା ସାହୁ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପରିଶେଷରେ ” ଖତି ବେୱ। ସ୍ମୃତି ପରିଷଦ ” ର ସଭାପତି ନିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ୱର୍ଗତ ବେୱ।ଙ୍କ ସ୍ମୃତିରେ ଅରପୁର ଗ୍ରାମର ଗୋଖିବାବା ଆଶ୍ରମ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଯୁବ ସାମ୍ବାଦିକ ସୁବ୍ରତ ନାୟକ, ଯୁବ ସମାଜସେବୀ ମୁକେଶ ରାଉତ, ଦଣ୍ଡପାଣି ନାୟକ ଉପସ୍ଥିତ ରହି ସହାୟତା କରିଥିଲେ ।
ପୁଣ୍ୟାତ୍ମା ଖତି ବେୱ।ଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକରେ ସ୍ମୃତି ଚାରଣ ସଭା ଓ ବୃକ୍ଷରୋପଣ !!!

