Site icon Awaj Media

ନରସିଂହପୁର ଅଞ୍ଚଳରୁ ୧୪ ବାଇକ୍ ଜବତ : ୫ ଅଟକ !!!

Spread the love

ନରସିଂହପୁର ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ଦୈତ୍ୟ ନଗରୀ ର ଚଢ଼ାଉ ପରେ ଏବେ ଆକ୍ଟିଭ ମୁଡରେ କମିଶନରେଟ ପୋଲିସ . ଗ୍ରାମାଞ୍ଚଳରେ ବାଇକ ଲୁଟେରା ଙ୍କ ଚେର ଲମ୍ବି ଥିବା ଜାଣିବା ପରେ କଟକ ଜିଲ୍ଲାର ନରସିଂହପୁରରେ ବ୍ୟାପକ ଚୋରା ବାଇକ ର ଠାବ କରିଛି କମିଶନରେଟ ପୁଲିସ । ଗ୍ରାମାଞ୍ଚଳର ଥାନା ଅଧିକାରୀ ମାନ ଙ୍କ ନାକ ନିଶ ତଳେ ଚୋରା କାରବାର ହେଉଥିବା ବେଳେ ଜାଣିପାରୁନି ସ୍ଥାନୀୟ ପୋଲିସ । ଚୋରା କାରବାର ହେଉଥିବା ର ତଥ୍ୟ କୁ ନେଇ ପୁଲିସକୁ ମିଳିଛି ବଡ଼ ସଫଳତା । ଭୁବନେଶ୍ୱର କମିସନରେଟ ପୁଲିସ ଏବଂ ସ୍ପେସିଆଲ ସ୍କାର୍ଡ ପକ୍ଷରୁ ବୁଧବାର ନରସିଂହପୁର ଥାନା ଅଞ୍ଚଳରେ ଚଢ଼ାଉ କରି ବିଭିନ୍ନ ସ୍ଥାନରୁ ୧୪ଟି ଚୋରା ବାଇକ ଜବତ କରାଯାଇଛି । ଏଥିସହ ଏହି ଘଟଣାରେ ସଂପୃକ୍ତ ଥିବା ନରସିଂହପୁର, ବାଙ୍କୀ, ନୂଆପାଟଣା ଅଞ୍ଚଳର ଚାରିଜଣଙ୍କୁ ଥାନାରେ ଅଟକ ରଖ୍ ପଚାରଉଚୁରା ଜାରୀ ରଖିଛି। । ବାଇକ ଚୋରୀ ରେ ସଂପୃକ୍ତ ଥିବା ନରସିଂହପୁର, ବାଙ୍କୀ, ନୂଆପାଟଣା ଅଞ୍ଚଳର ଚାରିଜଣଙ୍କୁ ଥାନାରେ ଅଟକ ରଖି ପଚାରଉଚୁରା କରିବା ସହ ତଦନ୍ତ ପ୍ରକ୍ରିୟା କୁ ଆହୁରି କଡ଼ା କଡ଼ି କରିବା ସହ ବାଇକ ଲୁଟେରା ଙ୍କ ମାଷ୍ଟର ମାଇଣ୍ଡ କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ଅଧିକାରୀ ଙ୍କ ସୂତ୍ରରୁ ପ୍ରକାଶ ।

Exit mobile version