Site icon Awaj Media

ଅବକାରୀ ବିଭାଗର ଚଢ଼ାଉ : ତିନି ବାଇକ୍ ଜବତ, ତିନି ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ମୁକ୍ତାଦେପୁର କୋଷରଡା ଗ୍ରାମରେ ଦେଶୀ ମଦ ବିକ୍ରୟ ହେଉଥିବାର ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା . ମୁକ୍ତାଦେପୁର କେନାଲ ରୋଡରେ ଦେଶୀମଦ ବିକ୍ରୟ ହେଉଥିବାର ଅବକାରୀ ବିଭାଗ କୌଣସି ସୂତରୁ ଖବର ପାଇ ଆଜି ଚଢ଼ାଉ କରିଥିଲେ . ତିନିଜଣଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ୪୫୦ ଲିଟର ଦେଶୀ ମହୁଲି ଜବତ ସହିତ ତିନିଗୋଟି ବାଇକ୍ ଜବତ କରାଯାଇଥିବାର ସୂଚନା ମିଳିଛି . ଗିରଫ ପ୍ରଫୁଲ ଶବର , ଲିଲୁ ଶବର , ଲକିୟା ଶବର ଙ୍କ ନାମରେ ମାମଲା ରୁଜୁ କରି କେଶ ନମ୍ବର ୭୯,୮୦,୮୧/ ୨୧-୨୨ ରେ କରି ତିନି ଜଣଙ୍କୁ କୋର୍ଟ ଫରୱାର୍ଡ କରାଯାଇଥିବାର ଜଣାଯାଇଛି ।।

Exit mobile version