Site icon Awaj Media

ଛାଡଖାଇ ରେ ପୁରୁଣା ଦଳ ଛାଡିଲେ ଚକ୍ରଧର !!!

Spread the love

ସତ ହେଲା ଗଣମାଧ୍ୟମ ପ୍ରତିନିଧିଙ୍କ ସାମାଜିକ ଗଣମାଧ୍ୟମରେ ହୋଇଥିବା ପୋଷ୍ଟ

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ବାଙ୍କୀ ରେ କଂଗ୍ରେସ ର ମେଗା ସୋ କୁ ଦୁଇ ଦିନ ବିତି ନଥିବା ସମୟରେ ଦଳକୁ ଲାଗିଛି ଏକ ଝଟକା . ବାଙ୍କୀ କଂଗ୍ରେସ ର ଜଣେ ଆଗ ଧାଡ଼ିର କର୍ମୀ ତଥା କିଆପଲ୍ଲା ପଞ୍ଚାୟତର ସରପଞ୍ଚ ନିଜର ବହୁ ସମର୍ଥକଙ୍କ ସହିତ ବିଜେଡିରେ ସାମିଲ ହୋଇଛନ୍ତି . ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ସରକାରୀ ବାସଭବନରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ଶତାଧିକ କଂଗ୍ରେସ ସମର୍ଥକ ନିଜର ପୁରୁଣା ସଲ ଛାଡି ତ୍ରିପାଠୀ ଆଣ୍ଡ ସନ୍ସ କ୍ୟାମ୍ପରେ ଯୋଗ ଦେଇଛନ୍ତି . ତେବେ ଆଗାମୀ ଦିନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଥିବା ସମୟରେ ଏହି ମିଶ୍ରଣ ପର୍ବର ପ୍ରଭାବ କୁ ଦେଖି ପଶ୍ଚିମ ବାଙ୍କୀ ରୁ କଂଗ୍ରେସ ର ଦୁର୍ଗ ଭୁଶୁଡିବା ଆରମ୍ଭ ହେବା କଥା ମତ ଦେଲେଣି ରାଜନୀତି ସମୀକ୍ଷକ .

ବାଙ୍କୀ ବ୍ଲକ ଅନ୍ତର୍ଗତ କିଆପଲ୍ଲା ଗ୍ରାମ ପଞ୍ଚାୟତର ସରପଞ୍ଚ ଚକ୍ରଧର ସାହୁ ନିଜର ସମର୍ଥକଙ୍କ ସହିତ , ବାଙ୍କୀ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ ଙ୍କ ତ୍ୱତ୍ତାବଧାନ ରେ ବିଜେଡି ରେ ବିଧିବଦ୍ଧ ଭାବରେ ଯୋଗଦାନ କରିଛନ୍ତି । ନୂତନ ଭାବରେ ଦଳରେ ସାମିଲ ହୋଇଥିବା ନେତା ଏବଂ କର୍ମୀଙ୍କୁ ଦଳୀୟ ଉତ୍ତରିୟ ଦେଇ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ସ୍ୱାଗତ କରିଥିଲେ . ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ , ଜିଲ୍ଲା ପରିଷଦ ପ୍ରଣବ କିଶୋର ପଟେଲ , ପଶ୍ଚିମ ବାଙ୍କୀ ର ବାଙ୍କୀ ବ୍ଲକ ସଭାପତି ଅନନ୍ତ ଚରଣ ଦାଶ , ଅନୁଆରୀ ସରପଞ୍ଚ ତଥା ଯୁବନେତା ସଂଜୟ ପାତ୍ର ପ୍ରମୂଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।

Exit mobile version