ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଶ୍ରୀ ସତ୍ୟସାଇ ସେବା ସମିତି ଆନୁକୂଲ୍ୟରେ ସତ୍ୟସାଇ ବାବାଙ୍କର 96 ତମ ଜନ୍ମଦିବସ ଉପଲକ୍ଷେ ଢେଙ୍କାନାଳ ସହରର ପିଡବ୍ଲୁଡ଼ି କଲୋନୀ ସାଇ ମନ୍ଦିରରେ ପ୍ରେମ ସଂଜୀବନି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରକ୍ତଦାନ ଶିବିରରେ ଢେଙ୍କାନାଳ ସାଇ ମନ୍ଦିରର ଆଶ୍ରିତ ସହରବାସୀ ତଥା ଗେଙ୍ଗୁଟିଆ ଭଜନମଣ୍ଡଳୀର ଭାଇ ଭଉଣୀ ମାନେ ରକ୍ତଦାନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଢେଙ୍କାନାଳ ସତ୍ୟ ସାଇ ସଂଗଠନର ଜିଲ୍ଲା ସଭାପତି ରଶ୍ମିରଞ୍ଜନ ଦାସ, ଜିଲ୍ଲା ସେବା ସଂଯୋଜକ ବ୍ରଜବନ୍ଧୁ ଚିନାରା , ଜିଲ୍ଲା ଆଧ୍ୟାତ୍ମିକ ସଂଯୋଜକ ବିରଞ୍ଚି ନାରାୟଣ ନାଥ, ଜିଲ୍ଲା ବେଦ ସଂଯୋଜକ ଆର୍ତ୍ତବନ୍ଧୁ ଦାସ , ସମିତି ଆବାହକ ବିମ୍ବାଧର ସାସମଲ, ଜିଲ୍ଲା ଯୁବ ସଂଯୋଜିକା କୁମାରୀ ଅମ୍ରିତା ନାଥ, ସମିତି ଶିକ୍ଷା ସଂଯୋଜିକା ଶ୍ରୀମତୀ ସୁଚିତ୍ରା ବେହେରା ଙ୍କ ସମେତ ଅନ୍ୟ ସଭ୍ୟ ସଭ୍ୟା ମାନେ ସହଯୋଗ କରିଥିଲେ । ଆଜିର ଏହି ରକ୍ତଦାନ ଶିବିରରେ 35 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।
ଶ୍ରୀ ସତ୍ୟସାଇ ସେବା ସମିତି ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ !!!

