Site icon Awaj Media

କଟାକ୍ଷ କିଶୋରଙ୍କୁ ପଦ୍ମଶ୍ରୀ ଦାବି !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବିଶିଷ୍ଠ କାର୍ଟୁନିଷ୍ଟ ତଥା ବ୍ୟଙ୍ଗକାର କିଶୋର ରଥଙ୍କ ସ୍ମୃତି ଉଦ୍ଦେଶ୍ୟରେ ନୟାଗଡ଼ ତ୍ରିନାଥ ଛକ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ଏକ ସାର୍ବଜନୀନ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି l ନୟାଗଡ଼ ସେବା ଉତ୍ସବ ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ କାର୍ଟୁନିଷ୍ଟ କିଶୋର ରଥଙ୍କ ଉଦେଶ୍ୟରେ ଦୁଇ ମିନିଟ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା l ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ସ୍ମୃତି ସଭାରେ ବିଶିଷ୍ଟ ସମାଜସେବି ଦାମୋଦର ସାହୁ, ବିଶିଷ୍ଠ କଥାକାର ତଥା ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ର, ନୟାଗଡ଼ର ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା, ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ, ବିଜେପି ନେତା ସନ୍ତୋଷ ପ୍ରଧାନ, ସାହିତ୍ୟିକ ଚନ୍ଦ୍ରବିଜୟୀ ମିଶ୍ର, ସାମ୍ବାଦିକ ରାମକୃଷ୍ଣ ରଥ, ଯୁବ ସମାଜସେବି ଆଶୁତୋଷ ଦାସ, ସେବା ଉତ୍ସବ ସଦସ୍ୟ ଜ୍ୟୋତିରଂଜନ ମହାପାତ୍ର, ସମାଜସେବୀ ବିଭୁତି ଭୂଷଣ ପଟନାୟକ, ସାମ୍ବାଦିକ ସୁଧାକର ମିଶ୍ର ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ରଥଙ୍କ ଉଦେଶ୍ୟରେ ବକ୍ତବ୍ୟ ରଖିଥିଲେ l କଟାକ୍ଷ କିଶୋର ଶୀର୍ଷକରେ ଶ୍ରୀ ରଥଙ୍କ କାର୍ଟୁନ ଓ ଶାଣିତ ବ୍ୟଙ୍ଗ ସମାଜ ସଂସ୍କାର ଓ ସମାଜର ଯାବତୀୟ ତ୍ରୁଟି ବିଚ୍ୟୁତିକୁ ପଦାକୁ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ନେଇ ଏହି ଅବସରରେ ମତ ପ୍ରକାଶ ପାଇଥିଲା l ଅନ୍ୟପକ୍ଷେ ନୟାଗଡ଼ର ପାରମ୍ପରିକ ଢୁମ୍ପା ସଂଗୀତଙ୍କୁ ପ୍ରଚାର ପ୍ରସାର ଦିଗରେ ଶ୍ରୀ ରଥଙ୍କ ଅନେକ ଅବଦାନ ଥିଲା ବୋଲି ଉପସ୍ଥିତ ଅତିଥି ମାନେ ମତ ରଖିଥିଲେ l ଏହି ଅବସରରେ ନୟାଗଡ଼ର ଗର୍ବ ଗୌରବ ଶ୍ରୀ କିଶୋର ରଥଙ୍କୁ ମରଣୋତ୍ତର ପଦ୍ମଶୀ ଉପାଧି ଦେବା ପାଇଁ ଦାବି ଉଠିଥିଲା l

Exit mobile version