Site icon Awaj Media

ଭାଗବତ ପାରାୟଣ ଓ ନାମ ଯଜ୍ଞ ଅନୁଷ୍ଠିତ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ଵର ପଞ୍ଚାୟତ ଅଣସରପୁର ମା ବୁଢୀ ଜାଗୁଳାଇ ପୀଠରେ ତ୍ରୟାଂବିଶତମ ଭାଗବତ ପାରାୟଣ ଓ ନାମ ଯଜ୍ଞ ସାତଦିନ ବ୍ୟାପି ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଭାଗବତ ପାରାୟଣ ଅଂଳା ନବମୀ ଠାରୁ ଆରମ୍ଭ ହୋଇ ରାସ ପୂର୍ଣ୍ଣିମା ଦିନ ସନ୍ଧ୍ୟାରେ ପୂର୍ଣ୍ଣାହୁତି ଦିଆଯାଇ ଶେଷ ହୋଇଥିଲା । ପ୍ରତ୍ୟେକ ଦିନ ଭାଗବତ ପଠନ ସହିତ ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଭାଗବତ ପାରାୟଣ ନାମ ଯଜ୍ଞ ରେ ବ୍ୟାସ ରୂପେ ପଣ୍ଡିତ ଶ୍ରୀକାନ୍ତ ପଣ୍ଡା ଓ କର୍ତ୍ତା ରୂପେ ଅଜୟ କୁମାର ସାହୁ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଏହି ଅବସରରେ ମା ବୁଢୀ ଜାଗୁଳାଇ ପୀଠରେ ମା ଙ୍କୁ ଦର୍ଶନ କରିବା ସହିତ ନବ ନିର୍ମିତ ଆନନ୍ଦ ବଜାର ଓ ଉଜ୍ଜଳ ଆଲୋକୀକରଣ ଶୁଭ ଉଦଘାଟନ କରିଥିଲେ ପଞ୍ଚାୟତିରାଜ, ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା । ମନ୍ଦିର ର ସନ୍ଥ ଗୋବିନ୍ଦ ଚନ୍ଦ୍ର ଦାସ ମହାରାଜା, ଆଲେଖ ଚନ୍ଦ୍ର ମହାରଣା, ଲକ୍ଷ୍ମଣ କୁମାର ବେହେରା, ମହେଶ୍ୱର ସିଂହ, ବାବାଜୀ ଚରଣ ସାହୁ, ଅଲେଖ ବେହେରା, ବିଜୟ କୁମାର ସାହୁ, ନାରାୟଣ ମହାନ୍ତି, ଶରତ କୁମାର ସାହୁ, ତ୍ରିଲୋଚନ ନାୟକ, ରଘୁନାଥ ନାୟକ, ଜିତେନ୍ଦ୍ର ସିଂ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Exit mobile version