ବାଙ୍କୀ ( ଆୱାଜ ମିଡ଼ିଆ ) – ଅନତା ରଣା : ବାଙ୍କୀ ନିର୍ବାଚନ ମଣ୍ଡଳୀ ପଣ୍ଡାଳମ ଗ୍ରାମର ଜଣେ ଆଦର୍ଶ ଶିକ୍ଷକ , ଆଧ୍ୟାତ୍ମିକବାଦୀ, ସାରସ୍ୱତ ପ୍ରେମୀ ତଥା ପ୍ରବଚକ ସ୍ୱର୍ଗତ ଗୋୖରଚରଣ ଦାସ ଙ୍କ ଏକାଦଶାହ ଅବସରରେ ତାଙ୍କ ବାସଭବନ ଠାରେ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସ୍ଥାନୀୟ ଅଂଚଳର ବହୁ ଶିକ୍ଷକ, ସତସଙ୍ଗ ପ୍ରେମୀ, ସମାଜସେବୀ, ପାଲା ଗାୟକ, ପରିବେଶବିତ ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ ତାଙ୍କର ମହାନ ବ୍ୟକ୍ତିତ୍ୱର ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ଗୋୖରଚରଣ ଜଣେ ଆଦର୍ଶ ଶିକ୍ଷକ , ଉଦିୟମାନ ଚରିତ୍ର , ପରୋପକାରୀ, ଦୟାବାନ, କଳାପ୍ରେମୀ, ମିଷ୍ଠଭାଷୀ ବ୍ୟକ୍ତିତ୍ୱ ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ ଜଣାଶୁଣା ।
ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ରାଜକିଶୋର ପାଣିଗ୍ରାହୀ, ଅଖିଳେଶ ମହାପାତ୍ର , ଲୋକନାଥ ପଣ୍ଡା, ସୁବାଷ ଚନ୍ଦ୍ର ମହାପାତ୍ର, ରବି ନାରାୟଣ ମଙ୍ଗରାଜ, ସନ୍ତୋଷ ମହାପାତ୍ର, ଗଙ୍ଗାଧର ଓଝା, ବିଶ୍ୱନାଥ ପଣ୍ଡା, ନରସିଂହ ପାଣିଗ୍ରାହୀ , ମନମୋହନ ସାହୁ, ଶ୍ରୀନିବାସ ପଣ୍ଡା, ଚକ୍ରଧର ପଣ୍ଡା , ମୁରଲୀଧର ପଣ୍ଡା, ରମେଶ ମହାପାତ୍ର, ରବୀନ୍ଦ୍ର ନାଥ ଶୁକ୍ଳ, ଭାଗବତ ମହାପାତ୍ର ଙ୍କ ସମେତ ତାଙ୍କୁ ଭଲ ପାଉଥିବା ଅନେକ ବ୍ୟକ୍ତି ବିଶେଷ ମାନେ ଯୋଗଦେଇ ତାଙ୍କ ଅମାୟିକ ବ୍ୟକ୍ତିତ୍ୱର ପ୍ରଶଂସା କରିବା ସହ ତାଙ୍କର ବିଭିନ୍ନ ସ୍ମୃତିକୁ ଆଖିରୁ ଲୁହ ଗଡାଇ ଥର ଥର କଣ୍ଠରେ ପରିପ୍ରକାଶ କରିଥିଲେ । ତାଙ୍କର ଗୋଟିଏ ଲେଖାଏଁ ମହତ ଗୁଣ ଯଦି ଆମେ ଜୀବନରେ ଆହରଣ କରିପାରିଲେ ତେବେ ତାହା ହିଁ ହେବ ବାସ୍ତବରେ ସ୍ୱର୍ଗତ ଗୌରଚରଣ ଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ଉପସ୍ଥିତି ଅତିଥି ମାନେ କହିଥିଲେ । ଏହି ଅବସରରେ କଣ୍ଟାବାଡ ମିଳିତ ସାହିତ୍ୟ ସଂସଦ ପକ୍ଷରୁ ଏକ କବିତା ଆବୃତ୍ତି ପର୍ବ ଅନୁଷ୍ଠିତ ହୋଇଥିଲା । ସ୍ୱର୍ଗତ ଗୌରଚରଣ ଙ୍କ ସହ ବିତିଥିବା ମୁହୂର୍ତ୍ତକୁ କବିତା ମାଧ୍ୟମରେ କବି / କବୟିତ୍ରୀ ମାନେ ଆବୃତ୍ତି କରିଥିଲେ । ପରିଶେଷରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ସଂସଦ ପକ୍ଷରୁ “ଗୋୖରବମୟ ଗୋୖରଚରଣ” ନାମକ ଏକ ପୁସ୍ତିକା ଉନ୍ମୋଚନ କରଯାଇଥିଲା ।

