Site icon Awaj Media

ରନ୍ଧନ ଗ୍ୟାସ ଦରବୃଦ୍ଧି କୁ ନେଇ ଡେରାବିଶ ଏବଂ ଗରଦପୁର ବ୍ଲକ ସମ୍ମୁଖରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ ।

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେରାବିଶ ବ୍ଲକ ଏବଂ ଗରଦପୁର ବ୍ଲକ ସମ୍ମୁଖରେ କେନ୍ଦ୍ର ସରକାର ଙ୍କ ଉପରେ ଗର୍ଜିଲେ ବିଜୁ ଜନତା ଦଳର ଶତାଧିକ ମହିଳା ଙ୍କ ସମେତ ବହୁ ବିଜେଡି କର୍ମୀ l ଏଥିରେ ପାଟକୁରା ବିଧାୟିକା ଙ୍କ ପ୍ରତିନିଧି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ଅଗ୍ରୱାଲ ଯୋଗ ଦେଇଥିଲେ । ଆଜି ଠାରୁ ଆରମ୍ଭ କରି ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ବ୍ଲକ ରେ ବିକ୍ଷୋଭ କରାଯିବା ନେଇ ସୂଚନା ରହିଛି । ଅନ୍ୟ ପକ୍ଷରେ ଯଦି ଆଗାମୀ ଦିନରେ ତୈଳ ଦରଦାମ ନ କମିଲେ ଏହି ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଉକ୍ତ ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି l

Exit mobile version