Site icon Awaj Media

ରନ୍ଧନ ଗ୍ୟାସ ଏବଂ ତୈଳ ଦର ବୃଦ୍ଧି ବିରୁଦ୍ଧରେ ବାଙ୍କୀ ବିଜେଡିର ଗଣଧାରଣା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ରାଜ୍ୟ ବିଜେଡି ଡ଼ାକରାରେ ସାରା ରାଜ୍ୟରେ ରନ୍ଧନ ଗ୍ୟାସ ଦରଦାମ ବୃଦ୍ଧି କୁ ପ୍ରତିବାଦ କରି ପ୍ରତିଟି ନିର୍ବାଚନ ମଣ୍ଡଳୀର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ଗଣଧାରଣା ଚାଲୁ ରହିଥିବା ବେଳେ ବାଙ୍କୀରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଛି . ଶାସକ ବିଜେଡି ଦଳ ପକ୍ଷରୁ ଅହେତୁକ ରନ୍ଧନ ଗ୍ୟାସ ଦର ବୃଦ୍ଧି କୁ ପ୍ରତିବାଦ କରି ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଙ୍କ ନେତୃତ୍ୱରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ କରାଗଲା ବିକ୍ଷୋଭ ପ୍ରଦର୍ଶନ . ସାମିଲ ହେଲେ ଶତାଧିକ ବିଜୁ ମହିଳା ଯୁବ ଓ ଛାତ୍ର ଜନତା ଦଳର ର ତୁଙ୍ଗ କର୍ମୀ ମାନେ. ସୂଚନା ଥାଉକି ଦଳ ପକ୍ଷରୁ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ପାର୍ଟି କାର୍ଯ୍ୟାଳୟ ଠାରୁ ବାହାରି ବାଙ୍କୀ ସହର ପରିକ୍ରମା କରି ପହଞ୍ଚି ଥିଲା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ. ସେଠାରେ ରନ୍ଧନ ଗ୍ୟାସ ଦର ବୃଦ୍ଧି ବିରୁଦ୍ଧରେ ଦିଆଯାଇଛି ରଣହୁଙ୍କାର. ଏହାକୁ ପ୍ରତିବାଦ କରି ଶାସକ ବିଜେଡି ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହିତ ଦିଆଗଲା ଗଣଧାରଣା. ଏହି ଦଳୀୟ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ବିଜୁ ମହିଳା ଯୁବ ଓ ଛତ୍ର ଜନତା ଦଳର ଶତାଧିକ କର୍ମୀ . କେନ୍ଦ୍ର ସରକାର ତୁରନ୍ତ ରନ୍ଧନ ଗ୍ୟାସ ମୂଲ୍ୟକୁ ସର୍ବନିମ୍ନ ଚାରିଶହ ଟଙ୍କା କରିବାକୁ ଶ୍ରୀଯୁକ୍ତ ତ୍ରିପାଠୀ କେନ୍ଦ୍ର ସରକାର ଙ୍କ ନିକଟରେ ଦଳ ପକ୍ଷରୁ ରଖିଛନ୍ତି ନିଜର ଦାବି .

Exit mobile version